ଭୁବନେଶ୍ୱର,୨୬ା୧୨: ଯଦି ଆପଣ ନିୟମିତ ଧୂମପାନ କରନ୍ତି, ଆଜି ହିଁ ତ୍ୟାଗ କରନ୍ତୁ । ନଚେତ୍ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ରୋଗ (ସିଓପିଡି) ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୮୦-୯୦ ପ୍ରତିଶତ ଲୋକ ଧୂମପାନ କାରଣରୁ ସିଓପିଡି ରୋଗ ଦ୍ୱାରା ଆକ୍ରାନ୍ତ ହେଉଥିବା କିମ୍ସ-ଭୁବନେଶ୍ୱରର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ସାଧାରଣତଃ ଫୁସଫୁସରେ ସମସ୍ୟା ହେଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ଓ ଏହାକୁ ସିଓପିଡି କୁହାଯାଏ। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ରୋଗୀଠାର ସାଧାରଣତଃ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ, ଛାତିରେ ଯନ୍ତ୍ରଣା, ଓଜନ ହ୍ରାସ, ଗୋଡ଼ର ଫୁଲା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଧୂମପାନ ତ୍ୟାଗ କଲେ ଏହି ରୋଗରୁ ଉପଶମ ମିଳିପାରିବ ବୋଲି କିମ୍ସ ପଲମୋନୋଲୋନଜି ବିଭାଗର ସହକାରୀ ପ୍ରଫେସର ଡା. ଶାଶ୍ୱତ ଶୁଭଙ୍କର କହିଛନ୍ତି । ଏହି ରୋଗ ସାଧାରଣତଃ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କଠାରେ ଦେଖା ଦେଇଥାଏ । ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ। ବୟସ ବଢ଼ିବା ସହିତ ଏହାର ପ୍ରଭାବ ମଧ୍ୟ ବଢ଼ିଥାଏ । ନିକଟରେ ଅଧ୍ୟୟନରୁ ମିଳିଥିବା ତଥ୍ୟ ମୁତାବକ ଅନେକ ଦେଶରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏହାର ସମାନ ପ୍ରଭାବ ଦେଖିବାକୁ ମିଳିଥାଏ। ଭାରତରେ ୩୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟା ମଧ୍ୟରେ (ସିଓପିଡି)ର ପ୍ରାଦୁର୍ଭାବ ୭ ପ୍ରତିଶତ ଥିଲା। ସକ୍ରିୟ ଏବଂ ନିଷ୍କ୍ରିୟ ଧୂମପାନ, ବାୟୋମାସ ଇନ୍ଧନ ଏସ୍କପୋଜର ବଢୁଥିବା ଧୂଆଁ ଧୂଳି ଏବଂ ପ୍ରଦୂଷଣ କାରଣରୁ ଏହାର ବିପଦ ଆହୁରି ବୃଦ୍ଧି ପାଇବାରେ ଲାଗିଛି । ସିଓପିଡିର ମୁଖ୍ୟ କାରଣ ଧୂମପାନ ବୋଲି ଡା. ଶୁଭଙ୍କର କହିଛନ୍ତି । ସିଓପିଡିର ନିରାକରଣ ଉପଯୁକ୍ତ ଶାରୀରିକ ପରୀକ୍ଷଣ ଏବଂ ଏକ ସ୍ପିରୋମେଟ୍ରି ଉପରେ ଆଧାରିତ ଓ ଆବଶ୍ୟକ ସ୍ଥଳେ ଏକ୍ସ-ରେ ମଧ୍ୟ କରାଯାଇଥାଏ ବୋଲି ରେସ୍ପିରେଟୋରୀ ମେଡିସିନ୍ ବିିଭାଗର ଆସୋସିଏଟ୍ ପ୍ରଫେସର ଡା. ଅମୃତ କୁମାର ମହାପାତ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post