ଭୁବନେଶ୍ୱର:- ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍ଏସ୍) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି । ଏହା କେନ୍ଦୁଝର ଜିଲ୍ଲା ବଡବିଲ୍ଠାରେ ଥିବା ଠାକୁରାଣୀ ଖଣି ଅଚଂଳର ଆଖପାଖ ବାସିନ୍ଦାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ।
ଏହି ଅତ୍ୟାଧୁନିକ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ସମସ୍ତ ପ୍ରକାର ଉପକରଣମାନ ଯେପରିକି ଭେନ୍ଟିଲେଟର, ସକ୍ସନ୍ ମେସିନ୍, ନେବୁଲାଇଜର, ଅଟୋମେଟିକ୍ ବିପି ଆପାରାଟସ୍, ହେଡ୍ ଇମୋବିଲିଜର, ସର୍ଭିକାଲ କୋଲାର, ଅକ୍ସିଜେନ୍ ସିଲିଣ୍ଡର ଇତ୍ୟାଦି ରହିଛି । ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର ମୁଖ୍ୟ ଡ଼ ବିକାଶ ୟାଦଭେନ୍ଦୁ ଏହି ଆମ୍ବୁଲାନ୍ସ୍ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଠାକୁରାଣୀ ଖଣିର ପରିଚାଳକ ପ୍ରମୋଦ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶ୍ରୀ ୟାଦଭେନ୍ଦୁ କହିଛନ୍ତି, ଖଣି ନିକଟରେ ବସବାସ କରୁଥିବା ବାସିନ୍ଦାମାନଙ୍କୁ ସର୍ବୋତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆମେ ପ୍ରତିଶୃତିବଦ୍ଧ । ଏଥିନିମନ୍ତେ ଆମେ ଆରୋଗ୍ୟ ପ୍ରକଳ୍ପ ଅଧିନରେ ଏଏଲ୍ଏସ୍ ଆମ୍ବୁଲାନ୍ସ୍ର ଶୁଭାରମ୍ଭ କରିଛୁ । ଏହା ମାଧ୍ୟମରେ ରୋଗୀମାନେ ବିନାମୂଲ୍ୟରେ ତୁରନ୍ତ ଚିକିତ୍ସାର ସହାୟତା ପାଇପାରିବେ ଏବଂ ଅନେକ ମୂଲ୍ୟବାନ ଜୀବନ ମଧ୍ୟ ରକ୍ଷା କରାଯାଇ ପାରିବ ।
Sign in
Sign in
Recover your password.
A password will be e-mailed to you.