ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସର୍ବ ସମ୍ମତି କ୍ରମେ ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ନିର୍ବାଚିତ ନିମ୍ନଲିଖିତ ସଭ୍ୟ ସଭ୍ୟା ମାନେ ହେଲେ – ଉପଦେଷ୍ଟା ମଣ୍ଡଳୀରେ ମୁଖ୍ୟ ଉପଦେଷ୍ଟା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପଦେଷ୍ଟା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅନାଦି ପାଣିଗ୍ରାହୀ , ଦୁର୍ଗା ମାଧବ ପଣ୍ଡା , ହିରାଚାନ୍ଦ ପଟ୍ଟନାୟକ (ଆଇନ୍ ପରାମର୍ଶ) । ସଭାପତି ଭାବେ ଭାରତ ଭୂଷଣ ମହାନ୍ତି , ଉପ ସଭାପତି ଆଶାଲତା ପାଣିଗ୍ରାହୀ , ବିଧାନ ଚନ୍ଦ୍ର ଚୌଧୁରୀ , ସମ୍ପାଦକ ଭାବେ ଲିଙ୍ଗରାଜ ପ୍ରସାଦ ଦାସ , ସହ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା , ଗୌରହରି ପଟ୍ଟନାୟକ , କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ୨୦ଜଣଙ୍କୁ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସଭା ଶେଷରେ ଗୌରହରି ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.