ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରୁଛି ବିଜେପି : ବିଜେଡି

0

ବିଜେପି ରାଜ୍ୟସଭାପତିଙ୍କ ଅଭିଯୋଗର ଜବାବ ଦେଲେ ବଜେଡ଼ି ଛାତ୍ରନେତ୍ରୀ ଇପ୍ସିତା

  •  ବିଜେଡିର ପ୍ରତିଷ୍ଠା ଦିବସ ବେଳେ ବିଜେପିର ବିରୋଧ ନାଟକ

  •  ପ୍ରମାଣ ଥିଲେ ଅଦାଲତରେ ଉପସ୍ଥାପନ ପାଇଁ ବିଜେଡିର ଆହ୍ୱାନ

  •  ଏଭଳି ରାଜନୀତି ପାଇଁ ବିଜେପି ଆଗାମୀ ଦିନରେ ବି ପ୍ରତ୍ୟାଖ୍ୟାନ ହେବ

ଭୁବନେଶ୍ୱର: ବିଜେଡି ତାହାର ପ୍ରତିଷ୍ଠା ଦିବସ ତଥା ଓଡିଶାବାସୀଙ୍କର କରୁଥିବା ସେବାର ୨୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଓଡିଶା ବିଜେପି ବିରୋଧ କରିବା ପାଇଁ କୌଣସି ପ୍ରସଙ୍ଗ ଖୋଜି ପାଇ ନଥିବାରୁ ପୁଣିଥରେ ୪-୫ଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବରେ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପି କେବଳ ମିଥ୍ୟା ଅଭିଯୋଗ କରିପାରେ କିନ୍ତୁ ସେମାନଙ୍କର ଅଭିଯୋଗକୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ପ୍ରମାଣ ଆକାରରେ ଉପସ୍ଥାପନ କରିବାର ସତ ସାହସ ନାହିଁ ।
ଯେତେବେଳେ ବି ନିର୍ବାଚନ ଆସେ, ଓଡିଶା ବିଜେପି ଏପରି ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରେ ଏବଂ ନିର୍ବାଚନ ସମାପ୍ତ ହେବା ପରେ ସେସବୁକୁ ଭୁଲିଯାଏ । ବିଗତ ନିର୍ବାଚନ ସମୟରେ ବାରମ୍ବାର ଏଭଳି ଦେଖିବାକୁ ମିଳୁଛି ।
ଏହି ପ୍ରକାରର ନକାରାତ୍ମକ ତଥା ଭିତ୍ତିହୀନ ଅଭିଯୋଗ ପାଇଁ ଓଡିଶାବାସୀ ବାରମ୍ବାର ଓଡିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିବେ ।
ଆମେ ଓଡିଶା ବିଜେପିକୁ ଅନୁରୋଧ କରୁଛୁ ଯେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି ନକରିବା ଏବଂ ଏହି ଘଟଣାରେ ପୀଡିତ ତଥା ସେମାନଙ୍କ ପରିବାର ପ୍ରତି କିଛି ସମ୍ମାନ ରହିବା ସହିତ ସେମାନଙ୍କ ମାନସମ୍ମାନ ଉପରେ ଯେଭଳି ଖରାପ ପ୍ରଭାବ ନପଡିବ ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.