କୁଚିଣ୍ଡା ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା ଦାବୀରେ ବିରାଟ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

0

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) ଆଦିବାସୀ ଅଧ୍ୟୁଷିତ ଓ ବିଭିନ୍ନ କମିଟି ଦ୍ଵାରା କୁଚିଣ୍ଡା ଉପଖଣ୍ଡ କୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା ଦାବୀ କରି ଆଜି ମୁକୁନ୍ଦୀ ଖେଳପଡ଼ିଆ ସମ୍ମୁଖରୁ ଲୋକ ପ୍ରତନିଧି , ସଂଗଠନ ଓ ବିଭିନ୍ନ ଦଳ ଙ୍କ ଏକ ମିଳିତ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ କୁଚିଣ୍ଡା ଉପ – ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି l କୁଚିଣ୍ଡା ଓକିଲ ସଂଘର ଆବାହକ ଓ ସାମାଜିକ କର୍ମୀ ଙ୍କ ସକ୍ରିୟ ସହାୟତାରେ ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି l ଶୋାଯାତ୍ରା ପୂର୍ବରୁ ମୁକୁନ୍ଦି ଖେଳ ପଡ଼ିଆ ସମ୍ମୁଖରେ ଓକିଲ ସଂଘ ସଭାପତି ପ୍ରମୋଦ କୁମାର ଛୁରିଆ ଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ବରିଷ୍ଠ ଓକିଲଙ୍କ ସହ ଆବାହକ ହୃଦାନନ୍ଦ ଶର୍ମା , କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ଅବସରପ୍ରାପ୍ତ ଅଧକ୍ଷ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ବୃନ୍ଦାବନ ମାଝି, ରାଜେନ୍ଦ୍ର କୁମାର ଛତ୍ରିଆ, ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି, ଜମନକିରା ବରିଷ୍ଠ ନାଗରିକ ସଂଘ ସଭାପତି ରବୀନ୍ଦ୍ର ଦାନୀ, ପୂର୍ବତନ ଅଧ୍ୟକ୍ଷ ସରୋଜ ପଟ୍ଟନାୟକ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧରୁଆ, ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ସାମାଜିକ କର୍ମୀ ଅଲେଖ ପତି, ନାରୀନେତ୍ରୀ ବୀଣା ନାଏକ, ପ୍ରମୁଖ ଉଦବୋଧନ ଦେଇ ଜିଲ୍ଲା ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରିଥିଲେ l ଏହାପରେ ଆଦିବାସୀ ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲଗାନ ଦେଇ ସହର ପରିକ୍ରମା କରିଥିଲେ l ଦାବିପତ୍ର ପ୍ରଦାନ ବେଳେ କୁଚିଣ୍ଡା ପଞ୍ଚାୟତ ସମିତିରେ ଆୟୋଜିତ ବୈଠକରୁ ଉଠି ଆସି ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ସମେତ ସମସ୍ତ ଲୋକ ପ୍ରତିନଧି ଗଣ ମଧ୍ୟ ଯୋଗ ଦେଇଥିଲେ l ଓକିଲ ସଂଘ ନେତୃତ୍ବରେ ଏହି ସର୍ବଦଳୀୟ ଆନ୍ଦୋଳନ ପରେ ଖୁବଶୀଘ୍ର ଏକ କ୍ରିୟାନୁଷ୍ଠାନ ଗଠନ ହୋଇ ଆନ୍ଦୋଳନକୁ ଆଗେଇ ନିଆଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି l ଏହି ବିଶାଳ ଶୋଭଯାତ୍ରାରେ ବହୁ ସଂଖ୍ୟାରେ ବିଭିନ୍ନ ଦଳର କର୍ମୀ ଓ କୁଚିଣ୍ଡା ଉପଖଣ୍ଡର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇଥିଲେ l

Leave A Reply

Your email address will not be published.