ଗାଁ କୁ ଗାଁ ବୁଲି ଲୋକଙ୍କ ସହ ସିଧା ଯୋଡି ହେଉଛନ୍ତି ବର୍ଷା

0

ନୂଆ ବିଧାୟିକାଙ୍କୁ ପାଖରେ ପାଇଁ ଲୋକ ବି ଖୁସି

ବରଗଡ :- ପଦ୍ମପୁର ଉପନିର୍ବାଚନ ଅନେକ ଗୁଡିଏ କାରଣ କୁ ନେଇ ଚଳିତ ବର୍ଷ ଗଣମାଧ୍ୟମ ବୋଧହୁଏ ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ବିୟୋଗ ପରେ ,ଗଣମାଧ୍ୟମ ର ହେଡଲାଇନ ପାଲଟି ଯାଇଥିଲା ପଦ୍ମପୁର । ମୁଖ୍ୟତଃ ଉପନିର୍ବାଚନ ପରିଚାଳନା ଦାଇତ୍ୱ , ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ପ୍ରଦାନ କରାଯିବା ପରେ ହଟାତ ବିରୋଧୀ ମାନଙ୍କର ଭିତରେ ଆଲୋଡନ ସୃଷ୍ଟି ହୋଇ ପଡ଼ିଥିଲା । ସେହିଭଳି ଦିବଂଗତ ବିଧାୟକ ଙ୍କର ସୁପୁତ୍ରୀ ବର୍ଷା ରଣୀ ସିଂ ବରିହା ଙ୍କୁ ବିଜୁ ଜନତା ଦଳ ତରଫରୁ ଉପନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ଭାବରେ ଘୋଷଣା କରାଯିବା ପରେ ଉଭୟ ଗଣମାଧ୍ୟମ ଓ ବିରୋଧି ମାନଙ୍କ ଭିତରେ ଚର୍ଚ୍ଚାର ମାହୋଲ ଗରମ ହୋଇପଡିଥିଲେ । ଅନେକ ଲୋକ ପ୍ରତକ୍ଷ ଭାବରେ ଅନେକ କଥା କହିଲେ , ବାରମ୍ବାର ବର୍ଷା ଙ୍କୁ ଅତି ତଳ ସ୍ତରକୁ ଯାଇ ବ୍ୟକ୍ତିଗତ ଭାବରେ ହୀନ ବକ୍ତବ୍ୟ ଦେଇ ମାନସିକ ଭାବରେ ପ୍ରତାଡୀତ କରିଥିବାର ଅନେକ ଉଦାହରଣ ରହିଛି । ଅବଶ୍ୟ ପଦ୍ମପୁର ବାସୀ ଙ୍କର ବିପୁଳ ଆଶୀର୍ବାଦ ପାଇ , ସବୁ ବିରୋଧକୁ ଦୃଢ଼ତା ର ସହିତ ମୁକାବିଲା କରି ବର୍ଷା ବିରୋଧି ମାନଙ୍କୁ ନିର୍ବାଚନ ମୈଦାନ ରେ ଧୂଳି ଚଟାଇ ଫମ୍ପା ଭାଷଣ ମାରୁଥିବା ଲୋକଙ୍କୁ ଜବାବ ଦେଇଥିଲେ ।
ଉପନିର୍ବାଚନ ରେ ରେକର୍ଡ ବ୍ୟବଧାନ ରେ ବିଜୟ ପରେ ଏହି ବିଜୟ କୁ ପଦ୍ମପୁର ବାସୀ ଙ୍କର ବିପୁଳ ଭଲପାଇବା ଓ ଆଶୀର୍ବାଦ ବୋଲି କହିଥିଲେ ବର୍ଷା । ସାଧାରଣତଃ ଦ୍ଵଖିବାକୁ ମିଳେ ଯେ ନିର୍ବାଚନ ପରେ ନେତା ଅଦୃଶ୍ୟ ହୋଇ ଯାଆନ୍ତି । ହେଲେ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ବିଧାୟିକା ବର୍ଷା ଏବେ ଗାଁ କୁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ବର୍ଷା ପ୍ରାୟତଃ କହୁଥିଲେ ମୁଁ ଏହି ମାଟିର ଝିଅ , ସାରାଜୀବନ ଆପଣଙ୍କ ପାଖରେ ରହି ଆପଣଙ୍କ ସେବା କରିବି , ଯଦିଓ ବର୍ଷା ଙ୍କର ଏହି ଉକ୍ତିକୁ ବିରୋଧୀ ମାନେ ମିଛ ବୋଲି କହୁଥିବା ବେଳେ , ପଦ୍ମପୁର ବାସୀ କିନ୍ତୁ ବର୍ଷା ଙ୍କର ଉପରେ ବିଶ୍ୱାସ ପ୍ରକଟ କରିଥିଲେ । ଲୋକଙ୍କ ଅମାପ ଭଲପାଇବା ଓ ଆଶୀର୍ବାଦ କାରଣରୁ ବର୍ଷା ବହୁ ଘାତ ପ୍ରତିଘାତ ସତ୍ୱେ ବିରୋଧୀ ମାନଙ୍କୁ ବହୁ ପଛରେ ପକାଇ ବିଜୟୀ ହୋଇଥିଲେ ।
ବର୍ତ୍ତମାନ ମାନ୍ୟବର ବିଧାୟିକା ବର୍ଷା ରାଣୀ ସିଂ ବରିହା ଲୋକଙ୍କ ସହିତ ସିଧାସଳଖ ଯୋଡି ହେବା ପାଇଁ ତାଙ୍କର ସୁଖଦୁଃଖରେ ସହଭାଗୀ ହେବା ପାଇଁ ଗାଁ କୁ ଗାଁ ବୁଲୁଛନ୍ତି । ଏହିକ୍ରମରେ ଆଜି ସେ ଝାରବନ୍ଧ ବ୍ଲକ ଗୁଠୋଗୁଡା ଓ ଅମଠି ପଞ୍ଚାୟତ ର ଗାଁ ମାନଙ୍କୁ ଯାଇଥିଲେ । ନିଜ ଦ୍ୱାରା ନିର୍ବାଚିତ ବିଧାୟିକା ଙ୍କୁ ଦେଖିବା ପାଇଁ ଓ ତାଙ୍କ ସହିତ ଦୁଇ ପଦ କଥା ହେବା ପାଇଁ ପ୍ରତ୍ୟେକ ଗାଁ ରେ ମୁଖ୍ୟତଃ ମହିଳା ମନଙ୍କ ପ୍ରବଳ ଭିଡ ହେଉଥିଲା ।ଯୁବତୀ ମାନଙ୍କ ଉତ୍ସାହ କହିଲେ ନ ସରେ । ଏମିତିକି ଛୋଟ ଛୋଟ ପିଲାମାନେ ମଧ୍ୟ ବର୍ଷା ନାନୀ ବୋଲି କହି ପାଖକୁ ଧାଇଁ ଆସୁଥିଲେ । ବର୍ଷା ମଧ୍ୟ ସମସ୍ତ ଙ୍କୁ ଯଥା ମାନ୍ୟ ଜଣାଇ ପାଖକୁ ଟାଣି ନେଉଥିଲେ । ଏକଥା ମଧ୍ୟ ସତ ଯେ ବିରୋଧୀ ତ ବିରୋଧ କରିବେ ଏଥିରେ ଦ୍ବିମତ ନାହିଁ କିନ୍ତୁ ବିଗତ କିଛିଦିନ ମଧ୍ୟରେ ବର୍ଷା ଙ୍କର ଲୋକପ୍ରିୟତା ଢେର ବଢିଛି । ମୁଖ୍ୟତଃ ଦେଶର ଭବିଷ୍ୟତ ଅର୍ଥାତ ଯୁବସମାଜ ଓ ମହିଳା ମାନଙ୍କ ମଧ୍ୟରେ ବର୍ଷା ଅଧିକ ଗ୍ରହଣୀୟ ହୋଇ ପାରିଛନ୍ତି ଏଥିରେ ସନ୍ଦେହ ନାହିଁ ।।

Leave A Reply

Your email address will not be published.