ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଭାରତର ବିଶିଷ୍ଟ ଗଣିତଜ୍ଞ ରାମାନୁଜଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗଣିତ ଚାର୍ଟ ପ୍ରଦର୍ଶନ , ଭାରତୀୟ ଗଣିତଜ୍ଞ ମାନଙ୍କର ଫଟୋଚିତ୍ର ପ୍ରଦର୍ଶନ , ଗଣିତ ହାଟ , ବିଭିନ୍ନ ଗାଣିତିକ ଝୋଟି , ବିଭିନ୍ନ ପୁରାତନ ତଥା ପ୍ରଚଳିତ ମୁଦ୍ରା ପ୍ରଦର୍ଶନ , ପ୍ରକଳ୍ପ ପ୍ରଦର୍ଶନ , ବୈଦିକ ଗଣିତ ପ୍ରକଳ୍ପ , ଗଣିତ ସେମିନାର , ଗଣିତ ଆଧାରିତ କବିତା ଓ ରାମାନୁଜମଙ୍କ କୃତିତ୍ୱ କଥନ ଇତ୍ୟାଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ଗଣିତ ପ୍ରମୁଖ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଓ ଶ୍ରୀ ମୁରଲୀ ମୋହନ ପ୍ରଧାନ ଓ ସହ-ପ୍ରମୁଖ ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ , ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନା ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ବ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ଏଇ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.