ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା , ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟରେ ଉଦଯାପନୀ କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀ /ଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳାର ଯଥେଷ୍ଟ ଆବଶ୍ୟକ ରହିଛି ବୋଲି ବକ୍ତାମାନେ କହିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପଲୁ ରବି କୁମାର ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲାର ସାତଟି ବ୍ଲକରୁ ପୂର୍ଵରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ toy ମୁଖ୍ୟ ବିଷୟ ଉପରେ ଆଧାରିତ ୧୦୮ ଟି ପ୍ରକଳ୍ପରୁ ୧୪ ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପାଇଁ ମନୋନୀତ ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ଗନ୍ତାୟତ, ଅବିନାଶ ସାମଲ ମଞ୍ଚାସିନ ଥିଲେ।
ସମସ୍ତ ସଭା କାର୍ଯ୍ୟକୁ ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଫୁଲ କୁମାର ବାରାଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଚାରକ ଭାବେ ଅବିନାଶ ସାମଲ , ଜୁନିଅର ବୋଜ୍ଞାନିକ , ରାଜ ଲକ୍ଷ୍ମୀ ପଣ୍ଡା , କଳ୍ପନା ବେହେରା , ଟି.ସତ୍ୟନାରାୟଣ ରାଓ ଓ ସୁନନ୍ଦା ପାଣିଗ୍ରାହୀ ବିଚାରକ ଭାବେ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post