ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଲିଙ୍ଗରାଜ ପାଢି ଗୁମ୍ମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନରେ ଗଣିତ କିପରି କାମରେ ଆସେ ସେ ଉପରେ ଆଲୋକପାତ କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ପୋଲୁ ରବି କୁମାର ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ରାମାନୁଜନଙ୍କ ଜୀବନୀ ଉପରେ ପାୱାର ପଏଣ୍ଟ ପ୍ରଦାନ କରିଥିଲେ ଏବଂ କାଗଜ ମାଧ୍ୟମରେ ବିଭିନ୍ନ ମଡେଲ ଓ ଗାଣିତିକ ସୁତ୍ରର ସମାଧାନ କରିଥିଲେ।
ଶ୍ରୀମତୀ କବିତା ରାଉତ ରାମାନୁଜନଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶିକ୍ଷକ ରାମଶଙ୍କର ଗନ୍ତାୟତ ମଧ୍ୟ ଉପସ୍ଥିତ ଥିଲେ। ସଭାକାର୍ଯ୍ୟରେ ଡି. ଶ୍ରୀରାମ ମୂର୍ତ୍ତି , ଜ୍ୟୋତି ପାତ୍ର , ସୁରଜ ନାୟକ ତଥା ବିଜ୍ଞାନ କମିଟିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ଆୟୋଜିତ ଗଣିତ ଦିବସକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.