ସାରସକଣାରୁ ବନବିହାରୀ ମହାପାତ୍ର: ମୟୁରଭଞ୍ଜ ଜିଲ୍ଲା ଝାରୋପଖରିଆ ଠାରେ ତିନି ରାଜ୍ୟର ସୀମାନ୍ତରେ କଳା, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ସଂସ୍କୃତିକୁ ବଜାୟ ରଖିବାର ଅଭିନବ ପ୍ରୟାସରେ ଝାରପୋଖରିଆ ଅଞ୍ଚଳରେ ଗଢି ଉଠିଥିବା ସୀମାନ୍ତ ଯୁବ ସମିତିଓ NYP ମିଳିତ ସହଯୋଗ ରେ ଅନୁଷ୍ଠିତ ଷଷ୍ଠ ବାର୍ଷିକ ଯୁବ ମହୋତ୍ସବ- ୨୦୨୨ ବମ୍ବେଛକ ସାର୍ବଜନୀନ ଦୁର୍ଗାପୂଜା ପଢ଼ିଆରେ ତିନିଦିନ ଧରି ଅନୁଷ୍ଠିତ ହୋଇ ମହାସମାରୋହରେ ରବିବାର ରାତ୍ରିରେ ଉଦଯାପିତ ହୋଇଯାଇଛି। ସୀମାନ୍ତ ଯୁବ ସମିତିର ସଭାପତି ଅଶୋକ କୁମାର ପୃଷ୍ଟି ଓ ଜାତୀୟ ଯୁବ ପ୍ରକଳ୍ପର ମୟୁରଭଞ୍ଜ ଜିଲ୍ଲା ୟୁନିଟର ସଭାପତି କୁଞ୍ଜ ବିହାରୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ମହୋତ୍ସବର ଉଦଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଲୋକସଭା ସାଂସଦ ତଥା ବିଜେପିର ଜାତୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଯୁବ ଵର୍ଗ କୁଏକହୋଇ ଆଗକୁ ଯିବାକୁ ହେବ ବୋଲି ଅଭିଭାଷଣ ରେ ରଖିଥିଲେ ବେଳେ ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନିତ ଅତିଥ୍ ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ , ସାରସକଣା ବିଧାୟକ ଡାକ୍ତର ବୁଢ଼ୀନ ମୁର୍ମୁ, ବିଜେପି ରାଜ୍ୟ କମିଟିର ସଦସ୍ୟ ଜୀବନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ କୟନ୍ତ ପାଳଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସ୍ଵର୍ଗତ ଉତ୍ତରୀୟପରେଶ ଚନ୍ଦ୍ର ବସା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଓଡିଶା ବ୍ରିଗେଡ଼ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ସାଇକୃପା ଜେନା, ଝାରପୋଖରିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ମହାକୁଡ଼, ଲିଟିଲ ଷ୍ଟାର ପ୍ଲେ ସ୍କୁଲର ଚିନ୍ମୟ କୁମାର ଭଦ୍ର, ସୀମାନ୍ତ ଅଞ୍ଚଳର ବେଷ୍ଟ କ୍ୟାମେରା ମ୍ୟାନ ହେମନ୍ତ ସାହୁ, ଯୁବ ଉଦ୍ୟୋଗୀ ଅଶ୍ୱିନୀ କୁମାର ମହନ୍ତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ତିନି ଦିନ ଧରି ଆୟୋଜିତ କ୍ରୀଡା,ସାଧାରଣ ଜ୍ଞାନ, ବକ୍ତୃତା, ନାଚ, ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସିଲ ଦେଇ ପୁରସ୍କୃତ କରାଯାଇଥିଲା। ଯୁବ ସମିତି ଓଜାତୀୟ ସୁଟ ପ୍ରକଳ୍ପର ସମସ୍ତ ସଦସ୍ୟମାନଙ୍କ ମିଳିତ ପ୍ରୟାସରେ ସଫଳତା ପୁଷ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୀମାନ୍ତ ମହାବିଦ୍ୟାଳୟ ଓ ଶରତପାଳ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଉଭୟ ମହିଳା ଏବଂ ପୁରୁଷ ବିଭାଗର ସ୍ଵେଚ୍ଛାସେବୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post