ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଆଜି ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୃର ବାରିକ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ମଣ୍ଡଳ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ପରିଚୟ ପ୍ରଦାନ କରି କାର୍ଯ୍ୟ ପରିଚାଳନା କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ,ସମାଜସେବୀ ବିଭୁପ୍ରସାଦ ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ।ପ୍ରଥମେ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ, ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା।ଜିଲ୍ଲା ର ପ୍ରତି ବ୍ଳକ ରୁ ୧୩ଟି ଲେଖାଏଁ ମନୋନୀତ ହୋଇଆସିଥିବା ମୋଟ ୧୦୪ ଟି ପ୍ରକଳ୍ପ ସ୍ଥାନ ପାଇଥିଲା।ବିଚାରକ ରୂପେ ରଘୁନାଥ ସମବାୟ ମହାବିଦ୍ୟାଳୟ ର ପଦ୍ମଚରଣ ସାହୁ,ପ୍ରସନ୍ନ କୁମାର ଦାଶ, ପବିତ୍ର କୁମାର ସାହୁ,ନୟାଗଡ଼ ଅଟୋନୋମସ କଲେଜ ର ଗିତାଞ୍ଜଳୀ ତ୍ରିପାଠୀ, ପ୍ରସନ୍ନ କୁମାର ବସନ୍ତିଆ,ବଉଳସାହି କଲେଜ ର ଆଲୋକ କୁମାର ସାମନ୍ତରା ଯୋଗଦେଇଥିଲେ।.ସମସ୍ତ ପ୍ରକଳ୍ପ ଧାରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ବରିଷ୍ଠ ବିଭାଗରୁ ଓମ ପ୍ରକାଶ ପାତ୍ର,ବୈଷ୍ଣବୀ ରାଣୀ ସାହୁ,ରିତାଞ୍ଜଳୀ ସାହୁ,ତୁଳସୀ ନାୟକ, ଅଭିପ୍ସା ଚମ୍ପତି,ଗାୟତ୍ରୀ ନାୟକ,ସାଗରିକା ପ୍ରଧାନ ରାଜ୍ୟ ସ୍ତରର ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି।
ଦ୍ୱିତୀୟାର୍ଦ୍ଧ ରେ ନୟାଗଡ ବିଧାୟକ ମୁଖ୍ୟ ଅତିଥି ଡ଼ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରାମେଶ୍ୱର ଶତ୍ପଥି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ ବସନ୍ତ କୁମାର ନାୟକ,ମାନସରଞ୍ଜନ ଷଡ଼ଙ୍ଗୀ,ଲୋକନାଥ ସାହୁ, ବିରଜାଲକ୍ଷ୍ମୀ ସାହୁ,ଝିଲ୍ଲୀ ପ୍ରଧାନ ବନଲତା ବେହେରା ମଞ୍ଚାସୀନ ଥିଲେ। ଗିତାଞ୍ଜଳୀ ସାହୁ ମଞ୍ଚ ସଞ୍ଚାଳନ କରିଥିଲେ।ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସଂଘର କର୍ମକର୍ତ୍ତା,ଜିଲ୍ଲା ବିଜ୍ଞାନ ମେଳା କମିଟି ଓ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ,ବିଭିନ୍ନ ବ୍ଳକ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ପଞ୍ଚାନନ ପଣ୍ଡା, ଶୁସେନ୍ଦୁ ଷଡ଼ଙ୍ଗୀ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ, ଦେବାଶିଷ ଦାଶ,ଏକଲବ୍ୟ ଦାଶ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.