ଯୋଡ଼ା( ପାର୍ଥ ସାରଥି ଷଡ଼ଙ୍ଗୀ)ଡିସେମ୍ବର ୨୦୦୫ ଭାରତୀୟ ଜାତୀୟ ପତାକାର ଲୋକତନ୍ତ୍ରୀକରଣ ଇତିହାସରେ ଏକ ପ୍ରମୁଖ ଦିନ । ଏହି ଦିନ ଭାରତ ସରକାର ରାଷ୍ଟ୍ରୀୟ ଗୌରବ ଅପମାନ ନୀବାରଣ ଅଧିନିୟମ – ୧୯୭୧ରେ ସଂଶୋଧନ କରିଥିଲେ, ଯାହା ପ୍ରତ୍ୟେକ ନାଗରିକଙ୍କୁ ଅଣ୍ଟା ଉପର କପଡା ଉପରେ ଜାତୀୟ ପତାକା (ତ୍ରିରଙ୍ଗା) ପ୍ରଦର୍ଶନ ଏବଂ ପରିଧାନ କରିବାପାଇଁ ଅଧିକାର ଦେଲା । ‘ଫ୍ଲାଗ୍ ଫାଉଣ୍ଡେସନ୍ର ଅଫ ଇଣ୍ଡିଆ’ ସଭାପତି ଶ୍ରୀ ନବୀନ ଜିନ୍ଦଲଙ୍କ ପାଇଁ ଭାରତୀୟ ଜାତୀୟ ପତାକା ବ୍ୟବହାରର ଲୋକତନ୍ତ୍ରୀକରଣ ସର୍ବଦା ଏକ ପ୍ରାଥମିକ ପ୍ରସଙ୍ଗ ହୋଇ ରହି ଆସିଅଛି। ପ୍ରତ୍ୟେକ ନାଗରିକଙ୍କୁ ଆମର ଜାତୀୟ ପତାକାକୁ ଗର୍ବ ଏବଂ ସମ୍ମାନର ସହିତ ଉଡ଼ାଇବା ଏବଂ ପ୍ରଦର୍ଶନ କରିବାକୁ ସଶକ୍ତ କରିବା ପାଇଁ ସେ ଏକ ଦଶନ୍ଧି ଧରି ଆଇନଗତ ଯୁଦ୍ଧ କରିଥିଲେ। “ଶ୍ରୀ ନବୀନ ଜିନ୍ଦଲ ସର୍ବଦା ଚାହୁଁଥିଲେ ନାଗରିକମାନେ ତ୍ରିରଙ୍ଗା ପ୍ରଦର୍ଶନ କରି ଦେଶ ପ୍ରତି ସେମାନଙ୍କର ସମ୍ମାନ ଏବଂ ଗର୍ବ ପ୍ରଦର୍ଶନ କରନ୍ତୁ। ୨୦୦୪ ମସିହାରେ କୁରୁକ୍ଷେତ୍ର ଲୋକସଭା ଆସନରୁ ନିର୍ବାଚିତ ହୋଇ, ସେ ଜଣେ ନୂତନ ସାଂସଦ ଭାବରେ ଲୋକସଭାରେ ଯୋଗଦେବା ପରେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ, ସଂସଦର ଜଣେ ସଦସ୍ୟ ଗୃହର ୩୪୯ (XIV) ନିୟମ ଅନୁଯାୟୀ ତ୍ରିରଙ୍ଗା ପିନ୍ଧି ପାରିବେ ନାହିଁ। ଜାତୀୟ ପତାକା ପିନ୍ଧିବାର ଅନୁମତି ପାଇଁ ଶ୍ରୀ ଜିନ୍ଦଲ ବାଚସ୍ପତିଙ୍କୁ ଆବେଦନ କରିବାସହ ସଂସଦରେ ଏହା ସପେକ୍ଷରେ ଏକ ପ୍ରସ୍ତାବ ପାରିତ କରାଇଥିଲେ। ଏହି କାର୍ଯ୍ୟାନୁଷ୍ଠାନ ଆଧାରରେ ସେ ୨୦ ଡିସେମ୍ବର ୨୦୦୫ ରେ ରାଷ୍ଟ୍ରୀୟ ଗୌରବ ଅପମାନ ନୀବାରଣ ଅଧିନିୟମ – ୧୯୭୧ ରେ ସଂଶୋଧନ କରାଇବାରେ ସଫଳ ହୋଇଥିଲେ । ଯାହାକି ଭାରତର ନାଗରିକମାନଙ୍କୁ ଅଣ୍ଟା ଉପର କପଡା ଉପରେ ଜାତୀୟ ପତାକା ପ୍ରଦର୍ଶନ କିମ୍ବା ପରିଧାନର ଅଧିକାର ଦେଇଥିଲା” ବୋଲି ଫ୍ଲାଗ୍ ଫାଉଣ୍ଡେସନ୍ର ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମେଜର ଜେନେରାଲ (ଅବସରପ୍ରାପ୍ତ) ଅଶିମ କୋହଲି ଏକ ବିବୃତ୍ତିରେ କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ ଉଦ୍ରେକ କରିବାରେ ସହାୟକ ହୋଇଛି ଏବଂ ଆମ ଗଣତନ୍ତ୍ରର ମୂଳଦୁଆକୁ ମଜଭୁତ କରିଛି । ଆସନ୍ତୁ ସମସ୍ତେ ଏହି ଐତିହାସିକ ଦିନକୁ ସମ୍ମାନ ଦେଇ ତିରଙ୍ଗାକୁ ପୋଷାକରେ ପିନ୍ଧିବା ଏବଂ ଭାରତୀୟ ଭାବରେ ଗର୍ବ ଅନୁଭବ କରିବା ପାଇଁ ପ୍ରତିଶୃତି ବଦ୍ଧ ହେବା ପାଇଁ ଶ୍ରୀ କୋହଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post