ବଣାଇଁ ବ୍ଲକ୍ କ୍ରୀଡା ପ୍ରତିଯୋଗିତା

0 2

ସୁନ୍ଦରଗଡ଼ /ବଣାଇଁ/କରେଇପୁଟ(ବସନ୍ତ କୁମାର ଜେନା):ତା ୧୭-୧୨-୨୦୨୨ରିଖ : ବଣାଇଁ ବ୍ଲକ୍ ସ୍ତରୀୟ ବିବିଧ କ୍ରୀଡା ପ୍ରତିଯୋଗିତାର ଆଜି ଥିଲା ଦ୍ଵିତୀୟ ଦିବସ। ଖେଳର ମୁଖ୍ୟ ଆକର୍ଷଣ ଥିଲା ଖୋ ଖୋ ଓ ଆଥଲେଟିକ୍ ପ୍ରତିଯୋଗିତା। ବିଧିବଦ୍ଧଭାବେ କାର୍ଯ୍ୟକ୍ରମର ଉଦଘାଟନୀ ଶୁଭାରମ୍ଭ ହୋଇଥିଲା ଠିକ୍ ୧୦ ଘଟିକା ସମୟରେ। ମଞ୍ଚାସୀନ ଥିଲେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରାମଚନ୍ଦ୍ର ସାହୁ, ଶ୍ରୀ ସୁନୀଲ ମୁଣ୍ଡୁ ବିଇଓ, ଶ୍ରୀ ଚନ୍ଦ୍ରମଣି ପାତ୍ର ଏବିଇଓ, ଶ୍ରୀ ଚୂଡାମଣି ପ୍ରଧାନ, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର ପ୍ରଧାନ, ଶ୍ରୀ ଧନେଶ୍ଵର ସାଥୁଆ, ଶ୍ରୀ କୃତ୍ତିବାସ ପ୍ରଧାନ, ଶ୍ରୀ ଅନ୍ତର୍ଯ୍ୟାମୀ ରଣା, ଏମ୍ ଆଇ ଏସ୍ ଶ୍ରୀ ମାନସ ରଞ୍ଜନ ପଟେଲ,ସିଆରସିସି ଶ୍ରୀ ଶରତ କିସାନ, ଗୋବିନ୍ଦ ଧରୁଆ, ଶ୍ରୀ ଅନିରୁଦ୍ଧ ଭଞ୍ଜ ।ଦେବପୂଜନ ଓ ଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କ ଉପସ୍ଥିତିରେ ଅଣ୍ଡର ୧୪ ବାଳକ ଓ ବାଳିକା ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପରେ ପରେ ସମସ୍ତ ଖେଳ ଯଥା ଦୌଡ଼ କୁଦ,ଲଙ୍ଗ ଜମ୍ପ,ହାଇଜମ୍ପ, ସଟ୍ ପୁଟ,ଡିସକସ୍ ,ଜାଭଲିନ୍ ଥ୍ରୋ,ଖୋ ଖୋ ଆଦି ଖେଳାଯାଇଥିଲା। ପରିଶେଷରେ ଅପରାହ୍ନ ୪ ଘଟିକା ସମୟରେ ଉଦଯାପନୀ ଉତ୍ସବରେ ପୁରସ୍କାର ବିତରଣ କରାଯାଇଥିଲା। ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତ ପିଇଟି, ସିଆରସିସିମାନେ ସହଯୋଗ କରିଥିଲେ। ବିଇଓ ଶ୍ରୀ ସୁନିଲ୍ ମୁଣ୍ଡୁଙ୍କ ସଭାପତିତ୍ବରେ ଶ୍ରୀମତୀ ମଞ୍ଜୁଲତା କିସାନ, ଦୁର୍ଯ୍ୟୋଧନ ପ୍ରଧାନ, ଚୂଡାମଣି ପ୍ରଧାନ ସମେତ ବରିଷ୍ଠ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହି ଗୌରବମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ଛନ୍ଦା ଚରଣ ଡଗରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସଂଚାଳନରେ ଅତ୍ୟନ୍ତ ମନୋଜ୍ଞ ଓ ଉପଭୋଗ୍ୟ ହୋଇଥିଲା। ବରିଷ୍ଠ ପିଇଟି ଶ୍ରୀ ପ୍ରଫୁଲ୍ଲ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ବାଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.