ଆର୍ଦଶ ବିଦ୍ୟାଳୟ ଛାତ୍ରୀ ନିବାସ ଉଦ୍ଘାଟିତ

0 2

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଆର୍ଦଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍ଘାଟିତ ହୋଇଯାଇଛି।ଏହି ଅବସରରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,କାଶୀପୁର ବିଡିଓ ମନିସା ଦାସ,ତହସିଲଦାର ଶରତ ଶବର ପ୍ରମୁଖ ଯୋଗଦେଇ ୧୦୦ ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍ଘାଟନ କରିଥିଲେ।ଅତିଥି ମାନଙ୍କୁ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ।ଏହାପରେ ପୂଜାଚ୍ର୍ଚନା କରାଯିବା ସହ ଅତିଥି ମାନେ ରିବନ କାଟି ଛାତ୍ରୀ ନିବାସ ଉଦ୍ଘାଟନ କରାଥିଲେ।ଏହି ଛାତ୍ରୀ ନିବାସ ଉଦ୍ଘାଟନ ହେବା ଦ୍ବାରା ବହୁ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରୀ ମାନେ ବେଶ୍ ଉପକୃତ ହୋଇପାରିବେ ବୋଲି ମତ ପ୍ରକାସ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେଥ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ ଓ ବୁଦ୍ଧିଯିବି ମାନେ ଉପସ୍ଥିତଥିଲେ।

Leave A Reply

Your email address will not be published.