ଆଦାନୀ ଫାଉଣ୍ଡେସନ ଦ୍ୱାରା ଗ୍ରାମ ପୁଷ୍କରିଣୀର ପଙ୍କ ଉଦ୍ଧାର 

0

 ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ବିଭିନ୍ନ ପଂଚାୟତଗୁଡ଼ିକରେ ଅପରିତ୍ୟକ୍ତ ପୋଖରୀଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ପଂଚାୟତର ବାଲିସାହିସ୍ଥିତ ପଂଚାୟତ ପୁଷ୍କରିଣୀକୁ ପଙ୍କ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଧୁଆ ଘାଟ ନିର୍ମାଣ କରାଯାଇଛି । ପୋଖରୀର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରିବା ସହ ସ୍ଥାନୀୟ ଅଧିବାସୀଙ୍କୁ ମାଛଚାଷ ନିମିତ ପ୍ରୋତ୍ସାହନ ଦିଆଯାଇଛି । ଆଜି ଆଦାନୀ ଫାଉଣ୍ଡେସନ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସ୍ଥାନୀୟ ପଂଚାୟତ ସମିତି ସଭ୍ୟ ନରେନ୍ଦ୍ର ମାଇତି, ସ୍ଥାନୀୟ ସରପଂଚ ପ୍ରତିନିଧି ମୁଜିବର ଅଲ୍ଲୀ, ସ୍ଥାନୀୟ ନେତା ଦେବେନ୍ଦ୍ର ନାୟକ, ସିଏସ୍ଆର୍ ମୁଖ୍ୟ ସୁବାଷ ରାୟ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ବୃକ୍ଷରୋପଣରେ ନଡ଼ିଆ, ଗୁଆ ଚାରା ରୋପଣ କରାଯାଇଥିଲା । 

 

Leave A Reply

Your email address will not be published.