ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ,ମାଇକଞ୍ଚ ଠାରେ ସହିଦ ଦିବସ ପାଳିତ

0 2

କାଶୀପୁର ରୁ ବୈକୁଣ୍ଠ ଦୁରିଆ – ରାୟଗଡା ଜିଲା କାଶୀପୁର ବ୍ଲକର ବହୁ ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ।ସହିଦଙ୍କୁ ମନେପକାଇ ମାଇକଞ୍ଚ ଠାରେ ଥିବା ସହିଦ ସ୍ତମ୍ବ ନିକଟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡିସେମ୍ବର ୧୬ ତାରିଖ ଦିନ ସହିଦ ଦିବସ ପାଳିତ ହୋଇଯାଇଛି।କାଶୀପୁର ବ୍ଲକ ଠାରେ ବହୁଚର୍ଚିତ ମାଇକଞ୍ଚ ଗୁଳିକାଣ୍ଡରେ ପୋଲିସ ଗୁଳିରେ ମୃତ ହୋଇଥିବା ଆଦିବାସିଙ୍କ ଶ୍ରନ୍ଧାଞ୍ଜଳି ଉପଲକ୍ଷେ ମାଇକଞ୍ଚ ସହିଦ ସ୍ତମ୍ବ ଠାରେ ୨୨ ତମ ସହିଦ ଦିବସ ପାଳିତ ହୋଇଯାଇଛି।ପ୍ରକାସ ଥାଉକିଯେ ୧୬.୧୨.୨୦୦୦ ମସିହା ରେ କାରଖାନା ପ୍ରତିଷ୍ଠାକୁ ବିରୋଧ କରି ସଂଗ୍ରାମ କରୁଥିବା ପ୍ରାକୃତିକ ସୁରକ୍ଷା ମଞ୍ଚ ର ତିନି ଆଦିବାସି ମଧ୍ୟରୁ ମାଇକଞ୍ଚ ଗ୍ରାମର ଅଭିଳାସ ଝୋଡିଆ ଏବଂ ବାଗ୍ରୀଝୋଲା ଗ୍ରାମର ଦାମଦୋର ଝୋଡିଆ,ରଘୁନାଥ ଝୋଡିଆ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ।ଏହି ଘଟଣାପରେ ମୃତ ବ୍ୟକ୍ତୀଙ୍କ ସ୍ମୃତି ନିମନ୍ତେ ପ୍ରତିବର୍ଷ ମୃତ ପରିବାର ଲୋକେ ଏବଂ ସଂଗ୍ରାମି ମାନେ ଏକତ୍ରୀତ ହୋଇ ସହିଦ ଦିବସ ପାଳିଥାନ୍ତୀ।ଏହି ବର୍ଷ ମଧ୍ୟ ମୃତ ପରିବାର ଲୋକେ ଏବଂ ଗ୍ରାମବାସି ମାନେ ସହିଦ ସ୍ତମ୍ବ ନିକଟକୁ ଯାଇ ପୂଜା ଅର୍ଚନା କରିବା ସହ ସହିଦ ଦିବସ ପାଳନ କରିଥିଲେ।ସେହିପରି ବାଗ୍ରୀଝୋଲା ଠାରେ ଥିବା ସହିଦ ସ୍ତମ୍ବ ନିକଟରେ ମଧ୍ୟ ପୂଜାଅର୍ଚନା କରାଯାଇଥିଲା।ମୃତ ପରିବାରର ସଦସ୍ୟ ଏବଂ ବହୁ ଗ୍ରାମବାସି ଯୋଗଦେଇ ସହିଦ ସ୍ତମ୍ବ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.