ଏନସିସି ନାଭାଲ କମାଣ୍ଡିଂ ଅଫିସରଙ୍କ ଏକ ଦିନିଆ ପାରଳା ଗସ୍ତ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ୱାନ୍ ଓଡ଼ିଶା ନାଭାଲ ୱିଙ୍ଗ୍ ଏନସିସିର କମାଣ୍ଡିଂ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ରାଉତ ଓ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସୁକାନ୍ତ କୁମାର ନାୟକ ଏକ ଦିନିଆ ପାରଳା ଗସ୍ତରେ ଆସି ସକାଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ।
ବିଦ୍ୟାଳୟର ଏନସିସି ନାଭାଲ ଓ ଆର୍ମୀ କ୍ୟାଡେଟ ମାନେ ଶ୍ରୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଦେଇ ଉଚ୍ଚୋର୍ଷିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପାଛୋଟି ନେଇଥିଲେ। ଶ୍ରୀ ରାଉତ ବିଦ୍ୟାଳୟର ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଡି. ଶ୍ରୀରାମ ମୂର୍ତ୍ତିଙ୍କ ସହ ଏନସିସିର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ପରେ ଏନସିସି କ୍ୟାଡେଟ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ଛାତ୍ରମାନଙ୍କୁ ଏକତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ସହ ଦେଶ ମାତୃକାର ସେବା କରିବା ପାଇଁ ବ୍ରତୀ ହେବା ପାଇଁ ଆହ୍ଵାନ ଦେଇଥିଲେ। ତତ୍ ସହିତ ଡ଼ିସେମ୍ବର ୧୬ ବିଜୟ ଦିବସର ବାର୍ତ୍ତା ସମସ୍ତଙ୍କ ପାଖେ ପହଞ୍ଚାଇ ଥିଲେ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଛାତ୍ର ( ଆଲୁମ୍ନି) ମାନେ ଶ୍ରୀ ରାଉତଙ୍କୁ ସାକ୍ଷାତ କରିବା ଅବସରରେ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ଶିକ୍ଷାୁଷ୍ଠାନରେ ନୂତନ ଭାବେ ଏନସିସି ଖୋଲିବା ନିମନ୍ତେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ହରିହର ଦାଶ , ଏନସିସି ଅଧିକାରୀ ଶ୍ରୀ ସୋମନାଥ ଦାଶ , ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.