କାରାଗାର ପ୍ରତିଷ୍ଠା ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ଏବଂ ମାନବିକ ଅଧିକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶୃଙ୍ଖଳିତ ଜୀବନ , ସୁସ୍ଥ ଶରୀର , ଶିକ୍ଷାର ଆବଶ୍ୟକତା , ସେବା ଓ ତ୍ୟାଗ ସହ ସମାଜ ସେବା ସମ୍ପର୍କରେ ଉପସ୍ଥିତ ବକ୍ତା ମାନେ କହିଥିଲେ।
ମୁଖ୍ୟ ଅତିଥି ଭାବେ ଡ.ଭି.ସତ୍ୟନାରାୟଣ ଭୁକ୍ତା , ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଏବଂ ଅଶ୍ଵିନୀ ଦାଶ ଯୋଗ ଦେଇଥିବା ବେଳେ ଉପକାରାଗାର ଅଧ୍ୟକ୍ଷ ତଥା ତତ୍ଵବଧାରକ ହନୁ ସେଠୀ ସଭାପତିତ୍ବ କରିଥିଲେ। ଉପାଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ସାହୁ ଏବଂ କାରାଗାରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏକ ସଫଳ ସାରସ୍ଵତ ଓ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଥିଲା।
ଅନ୍ତେବାସୀ ମାନେ ନିଜର କଳା ଏବଂ ସାରସ୍ଵତ ଦକ୍ଷତା ପ୍ରଦର୍ଶନ କରି , ନାଟକ , ଏକକ ଅଭିନୟ , କଣ୍ଠ ସଙ୍ଗୀତ , ଯନ୍ତ୍ର ସଙ୍ଗୀତ , ତର୍କ , କୁଇଜ୍ ରେ ଅଂଶଗ୍ରହଣ କରି ଅତିଥି ମାନଙ୍କ ଠାରୁ ପ୍ରମାଣ ପତ୍ର ଏବଂ ଆକର୍ଷଣୀୟ ପୁରସ୍କାର ପାଇଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁସ୍ଥ ସୁନ୍ଦର ନିରାପଦ ସମାଜ ଗଠନରେ ଆମର କର୍ତ୍ତବ୍ୟ ଓ ଦାୟୀତ୍ୱ ସମ୍ପର୍କରେ ପର୍ଯ୍ୟବେସିତ ହୋଇଥିଲା। ଶେଷରେ କାରାଗାର ଉପାଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ

Leave A Reply

Your email address will not be published.