କୃଷିଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜଙ୍କ ବଲାଙ୍ଗିର ଗସ୍ତ

0

ବଲାଙ୍ଗୀର(ନିରୋଜ ମିଶ୍ର) :-ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଡ.ସନ୍ତୋଷ କୁମାର ବେଜ ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଜଳନିଧି-୨ ଯୋଜନା ରେ ହିତାଧିକାରୀ ଚାଷୀ ମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯନ୍ତ୍ରପାତି ବଣ୍ଟନ କରିଥିଲେ । ସରକାର ଙ୍କ କୃଷି ଯନ୍ତ୍ରପାତି ରିହାତି ଯୋଜନାରେ ୨ ଜଣ ହିତାଧିକାରୀଙ୍କୁ ସ୍ୱରାଜ ଟ୍ରାକଟର ଓ ଅନ୍ୟ ୨ ଜଣକୁ ମେସି ଟ୍ରାକ୍ଟର ବଣ୍ଟନ କରାଯାଇଥିଲା l ବଲାଙ୍ଗିର ଜିଲ୍ଲା କୃଷିଶିଳ୍ପ ନିଗମ ର ଅଗ୍ରଣୀ ସାର ଡିଲର ପ୍ରେମସୁଧ ପ୍ରଧାନ, ଶିବ ବାରିକ, ବିଭୂତି ପଟେଲ ଇତ୍ୟାଦି ଡ.ବେଜଙ୍କୁ କୃଷୀ ଶିଳ୍ପ ନିଗମ ମଧ୍ୟମରେ ଅଧିକରୁ ଅଧିକ ସାର ବ୍ୟବସାୟ କିଭଳି ହେବ ସେ ବିଷୟରେ ଅନୁରୋଧ ରଖିଥିଲେ| ପରେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ କେମିତି ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହେବେ ସେ ବିଷୟରେ ଡ. ବେଜ ଚାଷୀ ମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ହୋଇଥିବା ରୁ କିପରି ଉନ୍ନତ ମାନର କୃଷି ଉପକରଣ ଓ ଉଠାଜଳସେଚନ ମାଧ୍ୟମରେ କିପରି ଚାଷୀ ଅଧିକ ଅମଳ କରିପାରିବେ ସେ ବିଷୟରେ ଚାଷୀ ଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଫଳ ଯେପରି ଚାଷୀଙ୍କ ନିକଟରେ ପହଂଚିପାରିବ ସେ ଦିଗରେ ଯତ୍ନବାନ ହେବାପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ |

ଏହି ଅବସର ରେ ଉପାଧ୍ୟକ୍ଷ.ସନ୍ତୋଷ କୁମାର ବେଜ ଙ୍କ ଦ୍ୱାରା ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର୍ ଗ୍ରାମପଞ୍ଚାୟତର ମୋଟିଝରିଆ ଗ୍ରାମରେ ଏକ ଉଠାଜଳ ସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ରେ ୮ ଜଣ ହିତାଧକାରୀ ଚାଷୀ ଅନ୍ତର୍ଭୁକ୍ତ ଥିଲେ ଓ ଏହି ପ୍ରକଳ୍ପ ମାଧ୍ୟମରେ ୪୦ ଏକର ରୁ ଉର୍ଦ୍ଧ୍ବ ଜମି ଜଳ ସେଚିତ ହେବ | ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର କୃଷି ଶିଳ୍ପ ନିଗମ କାର୍ଯ୍ୟାଳୟ ପରିଚାଳକ ଇଂ ରମ୍ୟରଂଜନ ମିଶ୍ର ପରିଚାଳନା କରିବା ସହ କନିଷ୍ଠ ଯନ୍ତ୍ରୀ ଶୁଭକାନ୍ତ ପ୍ରଧାନ, ଆଲୋକ ବିଶ୍ଵାଳ, ସୁଧୀର ମିଶ୍ର ,ପଞ୍ଜିକୃତ ଇଲେକ୍ଟରିକାଲ କନଟ୍ରାକ୍ଟର,ଟ୍ରାକଟର ସପ୍ଲାୟରଙ୍କ ସହ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.