ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶୀ ଜଗନ୍ନାଥ ନିକେତନ , ବିବେକାନନ୍ଦ , ପ୍ରାଉଡ ଓ ନିସାନ ସାଲେମ ହୋମର ୫୦ ରୁ ଉର୍ଦ୍ଧ ପିତୃମାତୃ ହୀନ ଶିଶୁଙ୍କୁ ଏକ ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ନିଆଯାଇ ସେଠାରେ ଥିବା ପ୍ରସିଦ୍ଧ ସ୍ଥାନ ତାରା ତାରିଣୀ ମନ୍ଦିର , ଗୋପାଳପୁର ସମୁଦ୍ର କୂଳ , ତାମ୍ପରା ହ୍ରଦ ଓ ରାମଲିଙ୍ଗେଶ୍ବର ପାର୍କ ଆଦି ସ୍ଥାନ ଦିନସାରା ବୁଲି ଦେଖି ବେଶ ଆନନ୍ଦିତ ହୋଇଛନ୍ତି ଏହି ଶିଶୁ ମାନେ।
ପ୍ରକାଶ ଥାଉକି ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଗଞ୍ଜାମ ଜିଲ୍ଲାପାଳକୁ ଅନୁରୋଧ କ୍ରମେ , ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଏହି ପିଲା ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଉକ୍ତ ଜାଗାସବୁ ବୁଲିବାରେ। ବିଶେଷକରି ଶିଶୁମାନେ ରାମଲିଙ୍ଗେଶ୍ୱର ୱାଟର ଡାନସ ଦେଖି ବହୁତ ଉଲ୍ଲାସିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.