ଜେଲ ଗଲେ ତିନି ସର୍ଦାର: ଛତିଶଗଡ଼ ରୁ ମହାରାଷ୍ଟ୍ର କୁ ଚାଲାଣ କରୁଥିଲେ ଶ୍ରମିକ

0

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଞ୍ଚଳରେ ମହାରାଷ୍ଟ୍ର ର ତିନି ଜଣ ଲେବର ସର୍ଦ୍ଦାର ଧରା ପଡି ଜେଲ ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଛତିଶଗଡ଼ ର ରାୟଗଡ ରୁ ମହାରାଷ୍ଟ୍ର ର ନନ୍ଦେଡ଼ କୁ ତିନି ଜଣ ସର୍ଦାର 11 ଜଣ ଲେବର ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ତତ୍ପର ହୋଇ ପଶିଥିଲା ପାଇକମାଲ ପୋଲିସ । ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନିର୍ଦେଶ କ୍ରମେ ତୁରନ୍ତ ଏକ ଟିମ ଗଠନ କରାଯାଇ ବେଆଇନ ଭାବରେ ଚାଲାଣ ହେଉଥିବା ଲେବର ମାନଙ୍କୁ ଉଦ୍ଧାର କରାଯାଇ ତିନି ଜଣ ଲେବର ସର୍ଦାର କୁ ଗିରଫ କରାଯାଇଥିଲା । ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ଶ୍ରୀ ବିମଲ ଲାକ୍ରା ପାଇକମାଲ ଥାନାରେ କେଶ ନମ୍ବର 292 / 22 ଧାରା ,374,420,34ipc/25 ismw act 1979 ରେ ମାମଲା ରୁଜୁ କରି ମହାରାଷ୍ଟ୍ର ର ନନ୍ଦେଡ଼ ଜିଲ୍ଲାର ଗିରଫ ଅଭିଯୁକ୍ତ ଅରୁଣ ଖୁନ୍ତେ , ମୋହନ ରାମ ଭୋଂସଲେ , ସଞ୍ଜୟ ପର୍ଶୁରାମ ହିଲାଲ ଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ଜେଲ କୁ ପଠେଇ ଦିଆ ଯାଇଥିବା ବେକେ ଦଲାଲ ମାନଙ୍କର କବ୍ଜାରୁ ଉଦ୍ଧାର ହୋଇଥିବା ସମସ୍ତ ଲେବର ମାନଙ୍କୁ ସୁରକ୍ଷିତ ଭାବରେ ତାଙ୍କ ଗାଁ କୁ ପଠେଇ ଦିଆଯାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।।

Leave A Reply

Your email address will not be published.