ମିଳିତ ଅଭିଯୋଗ ର ଶୁଣାଣି କରିବା କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

0

 ବାସୁଦେବପୁର/ପ୍ରତାପ କୁମାର ପାଢ଼ୀ- ଆଜି ବାସୁଦେବପୁର ବ୍ଳକ କାର୍ଯ୍ୟାଳୟ ପରିସର ରେ ଏକ ମିଳିତ ଜନ ଶୁଣାଣି ର କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ଙ୍କ ସହ ,ଆରକ୍ଷୀ ଅଧିକ୍ଷକ, ଶିକ୍ଷା ଅଧିକାରୀ, ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗ ର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଅଭିଯୋଗ ର ଶୁଣାଣି କରିଥିଲେ। ଏହି ଅବସର ସ୍ଥାନୀୟ , ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ , ଗୋଷ୍ଟି ଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଭଦ୍ରକ ର  ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ଏହା ତୃତୀୟ ଜନ ଶୁଣାଣି ଶିବିର ରେ ଯୋଗ ଦେଇ ଥିଲେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦୋର,ବାସୁଦେବପୁର ବ୍ଲକ ରେ ଶୁଣାଣି  କରିଥିଲେ। ଏହି ଅବସର ରେ ଭିନ୍ନ କ୍ଷମ ମାନଙ୍କୁ ସାଇକେଲ ପ୍ରଦାନ କରିଥିଲେ ଜିଲ୍ଲାପାଳ, , ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ପଦାଧିକାରୀ ମାନେ। ବାସୁଦେବପୁର ବ୍ଲକ ଓ ପୌର ପରିଷଦ ର ବିଭିନ୍ନ ସ୍ଥାନ ରୁ ଜନ ସାଧାରଣ ମାନେ ଉପସ୍ଥିତ ରହି ନିଜ ନିଜ ର ଅଭିଯୋଗ କରିଥିଲେ।

Leave A Reply

Your email address will not be published.