ସର୍ବଭାରତୀୟ ୪ର୍ଥ ଓଡ଼ଗାଁ କପ୍ ଫୁଟବଲ ମ୍ୟାଚ ୨୦୨୨ ପ୍ରସ୍ତୁତି ଚୁଡ଼ାନ୍ତ: ୧୨ରୁ ମ୍ୟାଚ ଆରମ୍ଭ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସର୍ବଭାରତୀୟ ଓଡ଼ଗାଁ କପ୍ ୪ର୍ଥ ଫୁଟବଲ ମ୍ୟାଚ ୨୦୨୨ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିଲା ବେଳେ ଶନିବାର ସନ୍ଧ୍ୟାରେ ନୟାଗଡ଼ ବିଧାୟକ ତଥା ଓଡ଼ଗାଁ କପର ସଭାପତି ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳପାଇଁ ପଡ଼ିଆକୁ ସୁନ୍ଦର ଭାବେ ସଜା ଯାଇଥିବା ବେଳେ ଦର୍ଶକ ମାନଙ୍କ ଖେଳ ଦେଖିବା ନିମନ୍ତେ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ପରିଚାଳନା ନିମନ୍ତେ ପୋଲିସ ତରଫରୁ ସମସ୍ତ ସହଯୋଗ ରହିବା ସହିତ ପଡ଼ିଆକୁ ପାଣିବଟଲ, ଜରି ପାଉଚ ନେବାପାଇଁ ମନା ରହିଛି । ଚଳିତ ମାସ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଫୁଟବଲ ମ୍ୟାଚରେ ଏ ଗୃପ ଭାସ୍କର ଏକାଡେମୀ କୋରାପୁଟ ସହିତ ରାମଧୁନ କ୍ଳବ୍ ସୋନପୁର ମଧ୍ୟରେ ଏବଂ ଗଣ୍ଡରପୁର ୟୁନାଇଟେଡ଼ ଭୁବନେଶ୍ୱର ସହିତ ଭଦ୍ରକ ୟୁନାଇଟେଡ଼ ମଧ୍ୟରେ ୧୩ ତାରିଖ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଗୃପ ବିର ୧୪ ତାରିଖରେ ରୟାଲ କ୍ଳବ୍ ରାଉରକେଲା ସହିତ ଜଗା ୟୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଏବଂ ସାଇହାଲ ସୁନାବେଡ଼ା ସହିତ ବିଡାନାସୀ କଟକ ମଧ୍ୟରେ ୧୫ ତାରିଖ ଅପରାହ୍ନରେ ମ୍ୟାଚ ଅନୁଷ୍ଠିତ ହେବ । ୧୬ ତାରିଖରେ ପ୍ରଥମ ସେମିଫାଇନାଲ ଏବଂ ୧୭ ତାରିଖରେ ୨ୟ ସେମିଫାଇନାଲ ବିଜେତା ଦଳମାନଙ୍କୁ ନେଇ ୧୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଖେଳ ପ୍ରେମୀଙ୍କ ଆଗ୍ରହ ବୃଦ୍ଧି ପାଉଥିବାରୁ ଦର୍ଶକମାନଙ୍କ ଭିଡ଼ କାରଣରୁ ଖେଳ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି । ଆଜିର ପ୍ରସ୍ତୁତି ବୈଠକରେ ସମ୍ପାଦକ ତଥା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ଖେଳ ପରିଚାଳିନା କମିଟିର ସମସ୍ତ ସଦସ୍ୟ, କ୍ରୀଡ଼ାପ୍ରେମୀ ଓ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗ ଦେଇ ଓଡ଼ଗାଁ କପ୍ ୨୦୨୨କୁ ସଫଳ କରିବାକୁ ସହଯୋଗର ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.