ବରିଷ୍ଠ ନେତୃମଣ୍ଡଳୀ ଙ୍କୁ ଭେଟି କୃତଜ୍ଞତା ଜ୍ଞାପନ ସହ ଆଶୀର୍ବାଦ ଗ୍ରହଣ କଲେ ବର୍ଷା

0

ବରଗଡ :- ବର୍ଷା ରାଣୀ ସିଂ ବରିହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଅନୁଷ୍ଠିତ ହୋଇଥିବା ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ହେବା ପରଠାରୁ କ୍ରମାଗତ ଭାବରେ ଜନସାଧାରଣ ଓ ବିରୋଧୀ ମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରେ ବର୍ଷା । ମତଦାନ ପୂର୍ବରୁ ବିରୋଧୀ ଙ୍କର ପାଇଁ ମୁଣ୍ଡବ୍ୟଥା ର କାରଣ ଥିଲେ ଉଚ୍ଚ ଶିକ୍ଷିତା , ବର୍ଷା । ତାଙ୍କର ଶାନ୍ତ ସରଳ ସ୍ଵଭାଵ ପାଇଁ ବାରମ୍ବାର ବିରୋଧୀ ଙ୍କୁ ନିର୍ବାଚନ ରଣନୀତି ପରିବର୍ତ୍ତନ କରିବାକୁ ପଡୁଥିଲା । ନିର୍ବାଚନ ପୂର୍ବରୁ ବର୍ଷା ନିଜର ସଭ୍ୟତା ଓ ଶାଳୀନତା କୁ ଯେତେ ଗୁରୁତ୍ୱ ଦେଉଥିଲେ ବର୍ତ୍ତମାନ ମଧ୍ୟ ସେତିକି ଗୁରୁତ୍ୱ ଦେଉଛନ୍ତି । ଗୁରୁଜନ ମାନଙ୍କୁ ଯଥାମାନ୍ୟ ସମ୍ମାନ ପ୍ରଦର୍ଶନ କରିବା ରେ କେବେ ହେଲା କରି ନାହାନ୍ତି ବର୍ଷା । ସେଥିପାଇଁ ତାଙ୍କ ପାଇଁ ଦଳ ତରଫରୁ ପ୍ରଚାର କରିବାକୁ ଆସିଥିବା ସମସ୍ତ ସମ୍ମାନାନୀୟ ନେତୃମଣ୍ଡଳୀ ଙ୍କର ପାଇଁ ବର୍ଷା ଅଳ୍ପ ଦିନ ମଧ୍ୟରେ ଅତି ପ୍ରିୟ ହୋଇ ପାରିଥିଲେ । ଆଜି ବର୍ଷା ଭୁବନେଶ୍ୱର ରେ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ମନ୍ତ୍ରୀ ରିତା ସାହୁ , ଦଳର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ବିଜୁ ଜନତା ମହିଳା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବ୍ୟକ୍ତିଗତ ଭାବରେ ଭେଟି କୃତଜ୍ଞତା ଜ୍ଞାପନ ସହ ଆଶୀର୍ବାଦ ନେଇଥିଲେ । ପଦ୍ମପୁର ଅଞ୍ଚଳ ରେ ମୁଖ୍ୟମନ୍ତ୍ରୀ ଙ୍କର ବିକାଶକୁ ଆଗେଇ ନେବାରେ ନେତୃମଣ୍ଡଳୀ ଙ୍କର ଆଶୀର୍ବାଦ ଗ୍ରହଣ କରିବା ସହିତ ପଦ୍ମପୁର ବାସୀ ଙ୍କର ସେବାରେ ଆଜୀବନ ନିଜକୁ ସମର୍ପିତ କରିଥିବା କଥା କହିଛନ୍ତି ପଦ୍ମପୁର ରୁ ନବନିର୍ବାଚିତ ମାନ୍ୟବର ବିଧାୟିକା ବର୍ଷା ରାଣୀ ସିଂ ବରିହା । ଏହି ସାକ୍ଷାତ ସମୟରେ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ର ତଥା ବିଜେଡି ଯୁବ ନେତା ଭୋଜରାଜ ସିଂ ବରିହା ମଧ୍ୟ ଭଉଣୀ ବର୍ଷାଙ୍କ ସହିତ ଉପସ୍ଥିତ ଥିଲେ |

Leave A Reply

Your email address will not be published.