ଆଜାଦ ହିନ୍ଦ ଆଥଲେଟିକ କ୍ଳବ ଆନୁକୂଲ୍ୟରେ ତ୍ରି ଦିବସୀୟ ଫୁଟବଲ କ୍ରୀଡା ପ୍ରତିଯୋଗିତା ଉଦଯାପିତ : ଚାନ୍ଦବାଲି କୁ ହରାଇ କନ୍ଦରପୁର ବିଜୟୀ l

0

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଢଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ବରହମପୁର ଆଜାଦ ହିନ୍ଦ ଆଥଲେଟିକ କ୍ଳବ ଆନୁକୂଲ୍ୟରେ ତ୍ରି ଦିବସୀୟ ଫୁଟବଲ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l କ୍ଳବ ର ସଭାପତି ମିର ଅବଦୁଲ ଦୟାନ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବ କଲ୍ୟାଣ,ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡ଼ା ସାଂସଦ ଅନୁଭଵ ମହାନ୍ତି  ପ୍ରମୁଖ ଯୋଗଦାନ କରି କ୍ରୀଡା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସରକାର ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି ପ୍ରକାଶ କରିଥିଲେ l ଏହି ଖେଳରେ 8 ଗୋଟି ଟିମ ଭାଗ ନେଇଥିଲେ ସେଥି ମଧ୍ୟରୁ ଝରିନା ଫୁଟବଲ କ୍ଲବ କନ୍ଦରପୁର ଏବଂ ଏନ. ଏ. ସିଏଫ ଚାନ୍ଦବାଲି, ଭଦ୍ରକ ଫୁଟବଲ ଟିମ ଫାଇନାଲ ଖେଳକୁ ଉତୀର୍ଣ୍ଣ ହୋଇଥିଲେ l ଫାଇନାଲ ଖେଳ ଟାଏବ ରେକର୍ଡ ମ୍ୟାଚ ରେ 5-6 ଗୋଲରେ ଝରିନା ଫୁଟବଲ କ୍ଲବ କନ୍ଦରପୁର ବିଜୟ ଲାଭ କରିଥିଲା l

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଭୁପତିଭୁଷଣ ଷଣ୍ଡ, ବିପ୍ଳବ କାପ, ସରପଞ୍ଚ ପୁଷ୍ପଲତା ମଲିକ, ନାୟବ ସରପଞ୍ଚ ମିର୍ଯ୍ୟା ତସୱର ବେଗ, ସମିତି ସଭ୍ୟ ଦେବେନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l ଆଥଲେଟିକ କ୍ଲବ ର ଉପ ସଭାପତି ପ୍ରବୋଧ କୁମାର ବେହେରା, ସମ୍ପାଦକ ଅଧ୍ୟାପକ ମିର ଅସରଫ ଅଲ୍ଲୀ, କୈଳାସ ଚନ୍ଦ୍ର ସାହୁ, ସେକ ଜାହିର ମହମ୍ମଦ, ଅଞ୍ଜନ କୁମାର ବେହେରା, ସମାଜସେବୀ କ୍ଷୀରୋଦ କୁମାର ଷଢଙ୍ଗୀ, ପ୍ରଦୀପ୍ତ ଷଢଙ୍ଗୀ, ବାବୁଲି ବେହେରା, ମିର ଅବଦୁଲ ଅକ୍ରମ, ସୁବ୍ରତ ଭୂୟାଁ ଙ୍କ ସମେତ କ୍ଲବ ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ l

Leave A Reply

Your email address will not be published.