ଏନସିସି କ୍ୟାଡେଟଙ୍କ ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ

0

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଏନସିସି କ୍ୟାଡେଟ ଛାତ୍ରଛାତ୍ରୀଙ୍କ ଦ୍ବାରା ଆଜି ସ୍ଥାନୀୟ ଚମ୍ପାମାଲ ଗ୍ରାମରେ ସ୍ବଚ୍ଛ ଭାରତ ଓ ପୁନିତ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।‌ ଏହି ଅବସରରେ ଗ୍ରାମ ସ୍ଥିତ ଚମ୍ପେଶ୍ଵର ମନ୍ଦିର ପରିସର ଓ ପୋଖରୀ ତୁଠରେ ସଫେଇ କାର୍ଯ୍ୟ କରାଯାଇଥିଲା। ଏନସିସି କ୍ୟାଡେଟ ମାନେ ପଲିଥିନ ସଂଗ୍ରହ ମଧ୍ୟ କରିଥିଲେ। ଏଥିରେ ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା ଅତିଥି ଭାବେ ଯୋଗଦେଇ କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ଏନସିସି ଅଫିସର କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡା ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ସୁନୀଲ ତ୍ରୀପାଠୀ, କର୍ମଚାରୀ ଚିନ୍ମୟ ପଣ୍ଡା ଓ ଶ୍ରୀରାମ ମହାପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଆନନ୍ଦ ପଧାନ, କ୍ଷିରୋଦ କର୍ଣ୍ଣ,ପୂଜାରାଣୀ ରାଉତଙ୍କ ସହ ୫୨ ଜଣ କ୍ୟାଡେଟ ଏଥିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.