ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଳୁକା ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବାଗବର ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଦେୱ।ନୀ ଜଜ ତଥା ତାଳୁକା ଆଇନ ସେବା କମିଟି ଅଧ୍ୟକ୍ଷା ମୋନାଲିସା ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏସଡିଜେଏମ ସଂଘମିତ୍ରା ବିଶ୍ଵାଳ, ସ୍ଥାନୀୟ ରାଜସ୍ୱ ଅଧିକାରୀ ଅଜିତ ମିର୍ଦ୍ଧା, ଓକିଲ ସଂଘର ସଭାପତି ଜତିନ କୁମାର ପାଣିଗ୍ରାହୀ, ସମ୍ପାଦକ ସନ୍ତୋଷ ଚାନ୍ଦ, ଆଇନଜୀବି ଶଙ୍କର୍ଷଣ ପଣ୍ଡା, ସ୍ଥାନୀୟ ଏଡି ଡବ୍ଲୁଇଓ ଏବଂ କଲେଜ ଅଧ୍ୟକ୍ଷ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ମାନବିକ ଅଧିକାର ଓ ଏହାର ଉଲ୍ଲଘଂନ ପାଇଁ ଥିବା ଆଇନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅଧ୍ୟାପିକା ସନ୍ତୋଷିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.