ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଅଞ୍ଚଳରେ ଗତ ଦୁଇ ମାସରୁ ଅଧିକ ଦିନ ହେଲା ଜିଓ ଟେଲିକମ ନେଟୱର୍କ ଅତ୍ୟଧିକ ଧିମା ରହୁଛି। ଫଳରେ ଉପଭୋକ୍ତା ମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ନେଟୱର୍କ ଧିମା ରହୁଥିବା ଯୋଗୁଁ ମୋବାଇଲ ରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେଉଛି। ଇଣ୍ଟରନେଟ ସେବା ପାଇଁ ଲୋକଙ୍କୁ ଘର ବାହାରକୁ ବାହାରିବାକୁ ପଡୁଛି ନତୁବା ଛାତ ଉପରକୁ ଯିବାକୁ ପଡୁଛି। ଏହି କାରଣରୁ ଉପଭୋକ୍ତା ମହଳରେ ଦୀର୍ଘ ଦିନ ହେଲା ଅସନ୍ତୋଷ ପାଇ ଆସୁଛି। ମୋବାଇଲ ଉପଭୋକ୍ତା ସ୍ବାର୍ଥ ଦୃଷ୍ଟିରୁ କମ୍ପାନୀ କର୍ତ୍ତୃପକ୍ଷ ଜିଓ ନେଟୱର୍କ ସେବାରେ ସୁଧାର ଆଣିବାକୁ ଉପଭୋକ୍ତା ମହଳରୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.