ମାନବିକ ଅଧିକାରର ସୁରକ୍ଷା ସରକାରଙ୍କ ଧ୍ୟେୟ ହେଉ

0

ବୀରମହାରାଜପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ

ବୀରମହାରାଜପୁର , (ବିନୋଦ ପାଣ୍ଡେ) : ଆବହମାନ କାଳରୁ ମଣିଷ ନିଜର ଅଧିକାର ପାଇଁ ଲଢେଇ କରି ଆସିଛି । ଅଧିକାର ସାବ୍ୟସ୍ତ କରିବା ପାଇଁ ସାରା ବିଶ୍ୱରେ ପ୍ରତ୍ୟେକ ନାଗରିକ ତତ୍ପର ଅଛନ୍ତି । ମାନବିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଯତ୍ନବାନ ହେବା ଉଚିତ୍ ବୋଲି ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ବିଭାଗୀୟ ମୂଖ୍ୟ କୁଞ୍ଜବନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ମୂଖ୍ୟ ଅତିଥି, ଇତିହାସ ବିଭାଗ ମୂଖ୍ୟ ଡ. ହିମାଂଶୁ ଶେଖର ପାଢ଼ୀ ମୂଖ୍ୟ ବକ୍ତା, ଅଧ୍ୟାପକ ବିଜୟ କୁମାର ପୁରୋହିତ ଏବଂ ଅଧ୍ୟାପିକା ବନ୍ଦିତା ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ସଭା ସଂଯୋଜନା ଅଧ୍ୟାପକ ନରେନ୍ଦ୍ର ଝା କରିଥିବା ବେଳେ ଅଧ୍ୟାପକ ସ୍ମୃତି ରଞ୍ଜନ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଚନ୍ଦନ କର୍ଣ୍ଣ, ମମିତା ସାହୁ, କରୀନା ଜଗଦଲା, ମିଲନ ଜଗଦଲା, ଝରଣା ରାଣୀ ମିଶ୍ର, ଲିପି ନାଗ, କ୍ଷିରୋଦ କୁମାର ଦନ୍ତା, ଲକ୍ଷ୍ମୀ କାନ୍ତ ସାହୁ, ଆରତୀ ବାରିକ, ବିୟୁଟି ସାହୁ, ପ୍ରିତମ କୁମାର ସାହୁ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସଭାର ପ୍ରାରମ୍ଭରେ ଅତିଥି ମାନେ ସରସ୍ୱତୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିବା ବେଳେ ଅଭିଜିତ ଚାନ୍ଦ ମନ୍ତ୍ରପାଠ କରିଥିଲେ ।

Leave A Reply

Your email address will not be published.