ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଜି ସାରା ଦେଶରେ “ସ୍ପୋର୍ଟସ କ୍ୟାପିଟାଲ” ଭାବେ ନାମିତ ହୋଇପାରିଛି। ତାଙ୍କ ପ୍ରେରଣାରେ ସହରର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ମାନ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରି, ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଉଦ୍ଦେଶ୍ୟରେ, ଭୁବନେଶ୍ୱର ର ମାନ ହାଟନ କ୍ଲବ୍ ଦ୍ଵାରା “ସେକେଣ୍ଡ ଏ ଜି ମିଡଲାଣ୍ଡ କପ୍” ନାମକ ଏକ ଚାମ୍ପିଅନସିପ ଆୟୋଜିତ ହୋଇଛି। ଏହା ଚଳିତ ମାସ ୯ତାରିଖ ରୁ ୧୧ତାରିଖ ଯାଏ, ସନ୍ଧ୍ୟା ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ, ଏ ଜି ରେକ୍ରେସନ କ୍ଲବ୍ ଠାରେ ଅନୁଷ୍ଠିତ ହେବ।ଏଥିରେ ସର୍ବମୋଟ ୪୮ ଟିମ ଯୋଗ ଦେଇଛନ୍ତି ସେଥି ମଧ୍ୟରୁ ୩୨ଟି ମେନ୍ସ ଟିମ୍ ଥିବା ବେଳେ ୧୬ଟି ମିକ୍ସ ଡବଲସ ଟିମ୍ ରହିଛନ୍ତି। ଏହାର ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ, ହକି ଇଣ୍ଡିଆ ପ୍ରେସିଡେଣ୍ଟ, ଶ୍ରୀ ଦିଲ୍ଲୀପ ତିର୍କି ତଥା ଅନ୍ୟତମ ଅତିଥି ଭାବେ, ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ, ସଭାପତି ଜୟ ଓଡ଼ିଶା ଏବଂ ଅସିତ୍ କୁମାର ରାୟଚୌଧୁରି, ଯୁବନେତା ଆଦି ଉପସ୍ଥିତ ଏହି ଖେଳ ଉପଭୋଗ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଙ୍ଗଠନ ର ସଭାପତି ରାକେଶ ରାଉତ ଏବଂ ଅନ୍ୟାନ୍ୟ ସଦସ୍ୟ ଯଥା ପାର୍ଥସାରଥୀ ମହାନ୍ତି, ଅମିତାଭ ସ୍ୱାଇଁ, ରାଜେନ୍ଦ୍ର କୁମାର ସାହୁ, ଅନନ୍ତ ସାମଲ, ସତ୍ୟ ସୁନ୍ଦର ସାମଲ ଓ ସୋମେଶ ଲେଙ୍କା ଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ଟି ଉତ୍ତମ ରୂପେ ପରିଚାଳିତ ହେଉଥିବା ବେଳେ, ଆମ ରାଜ୍ୟ ଓଡ଼ିଶା କୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱପରିଚିତ କରିବା ତଥା ଆମ ସହରରେ ଲୁଚି ରହିଥିବା ପ୍ରତିଭାବାନ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ରହିଛି ସେମାନଙ୍କର ମୂଳ ଲକ୍ଷ୍ୟ।
Sign in
Sign in
Recover your password.
A password will be e-mailed to you.