(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଢଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ସ୍ଥିତ ବାଘୁଆ ମଠ ପରିସରରେ ପଣ୍ଡୁ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ମହୋତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମ ଅବଧୁତ ଗୋସ୍ୱାମୀ ଅଖା ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ଗୁଣ ଶୂନ୍ୟ ବ୍ରହ୍ମ ଧରିତ୍ରୀ ମଣ୍ଡଳାଶ୍ରମ ନତକାଇ ସ୍ଥିତ ଶାଖା ଆଶ୍ରମରେ ଆନନ୍ଦ ଉଲ୍ଲାସ ର ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ବହୁ ସାଧୁ ସନ୍ତ ଙ୍କ ସମାଗମ ସହ ବ୍ରହ୍ମ ଧ୍ଵନି ସ୍ଥାପନ, ନାମ ସଂକୀର୍ତନ ଆଶ୍ରମର ପରିବେଶକୁ ଆଧ୍ୟାମିକତାରେ ପରିପୃଷ୍ଠ କରିଥିଲା l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମ ଅବଧୂତ ଗୋସ୍ୱାମୀ ଅଖା ବାବା ଙ୍କ ସହ ରାଧେ ରାଧେ ବାବା, ଯମୁନା ବାବା, ମାଧବ ବାବା, ମଦନ ବାବା ଙ୍କ ସମେତ ବହୁ ସାଧୁ ସନ୍ଥ ମାନେ ଯୋଗଦାନ କରି ଆଜିର ସମାଜରେ ଧର୍ମର ଅବସ୍ଥିତି ସମ୍ପର୍କ ରେ ଆଲୋଚନା କରିଥିଲେ l ଆଶ୍ରମର ଆଚାର୍ଯ୍ୟ ପ୍ରାଧାପକ ବରଦା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଭାଗବତ ପ୍ରେମୀ ଓ ଆଶ୍ରମ ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ହୋମିଓପ୍ୟାଥିକ ଶିବିର ଅନୁଷ୍ଠିତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post