ରେକର୍ଡ଼ ବିଜୟ ପରେ ନବୀନ ନିବାସରେ ବିଧାୟକ ସୁଶାନ୍ତ ସିଂ ଙ୍କର ସହିତ ପହଂଚିଲେ ବର୍ଷା

0
  • https://youtu.be/TT9y1s7Qo_w
  • ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ନେବା ସହିତ ଆଲୋଚନା କଲେ

  • ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବେ

  • ଶାଶୁ ଶ୍ଵଶୁରଙ୍କ ନେଲେ ଆଶୀର୍ବାଦ, କହିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିବିନି

ବରଗଡ଼ :- ଗତକାଲି ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ ମାର୍ଜିନ ରେ ନିଜର ପୋଖତ ଓ ଧୁରନ୍ଧର ବିରୋଧୀ ମାନଙ୍କୁ ପରାସ୍ତ କରିବା ପରେ ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଙ୍କୁ ଦଳର ସୁପ୍ରିମୋ ତଥା ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ । ଆଜି ସକାଳୁ ବର୍ଷା ମାଁ ବିନ୍ଧ୍ୟାବାସିନୀ ଙ୍କର ଦର୍ଶନ କରି ସିଧା ଭୁବନେଶ୍ୱର ଅଭିମୁଖେ ବାହାରି ପଡ଼ିଥିଲେ । ସନ୍ଧ୍ୟା ସମୟରେ ଉପନିର୍ବାଚନ ଦାଇତ୍ଵ ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ନବନିର୍ବାଚିତ ବିଧାୟିକା ବର୍ଷା ନବୀନ ନିବାସ ପହଞ୍ଚିଥିଲେ ।

ନବୀନ ନିବାସ ରେ ବର୍ଷା ଙ୍କୁ ଅପେକ୍ଷା କରିଥିବା ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ରିତା ସାହୁ , ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାପରେ ବର୍ଷା ନବୀନ ନିବାସ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ । ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ସିଧାସଳଖ ଯୋଡି ହୋଇ ଲୋକଙ୍କ ପାଇଁ କାମ କରିବା ପାଇଁ ବର୍ଷା ଙ୍କୁ କହିବା ସହିତ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବେ ବୋଲି ବର୍ଷା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବର୍ଷା ଙ୍କର ସହିତ ଦଳର ବରିଷ୍ଠ ଉପ ସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ପୂର୍ବତନ ସାଂସଦ ପ୍ରଭାସ ସିଂ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।।
ଏହା ପୂର୍ବରୁ ପୂର୍ବତନ ବିଧାୟକ ତଥା ଶ୍ୱଶୁର ରମାବଳିଆର ସିଂହଙ୍କ ଘରେ ପହଁଚିଲେ ବିଧାୟିକା ବର୍ଷା । ନିର୍ବାଚନ ଜିତିବା ପରେ ଶାଶୂ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ । ବୋହୂକୁ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୂର ରମା ବଳିଆର ସିଂହ । ବର୍ଷା କହିଲେ, ବିଜୟ ହେବା ପରେ ମୋତେ ବହୁତ ଖୁସି ଲାଗୁଛି ।ବାପାଙ୍କ ପରି ଲୋକଙ୍କ ସେବା କରିବି । ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି ।
ଶ୍ୱଶୂର ତଥା ବିଜେପି ନେତା ରମା ବଳିଆର ସିଂ କହିଛନ୍ତି ଯେ, ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ଥାନ୍ତି । ତେଣୁ ଆମ ଘରେ ବି ସେଇ ଘଟଣା ଦେଖିବାକୁ ମିଳିଛି । ସେ ତା ଦଳରେ ରହିବ ମୁଁ ମୋ ଦଳରେ ରହିବି । ବର୍ଷାର ଅଭିଜ୍ଞତା ଥାଇ ନପାରେ ହେଲେ ଅନୁଭବ ଅଛି ।

Leave A Reply

Your email address will not be published.