ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଝାରବନ୍ଧ ବ୍ଲକ ବିଳାସପୁର ପଞ୍ଚାୟତ ଅନ୍ତର୍ଗତ ଇସକିନ୍ଦା ଗ୍ରାମ ରେ ମୋଟ 328 ଟି ଭୋଟ ପଡ଼ିଥିବା ବେଳେ ପ୍ରାୟତଃ ସବୁଗୁଡିକୁ ବିଜେଡି ପୋଛି ନେଇଛି ଏଠାରେ ବିଜେଡି କୁ 327 ଟି ଭୋଟ ମିଳିଥିବା ବେଳେ ବିଜେପି କୁ 0 ଓ କଂଗ୍ରସ କୁ ଅବଶିଷ୍ଟ ଗୋଟିଏ ଭୋଟ ମିଳିଛି ଉକ୍ତ ଗ୍ରାମ ର ସ୍ୱର୍ଗତ ଲୁନି ବରିହା ଙ୍କର ପୁଅ ଝିଅ ନ ଥିବାରୁ ପୂର୍ବତନ ସ୍ୱର୍ଗତ ବିଧାୟକ ବିଜୟରଞ୍ଜନ ସିଂ ବରିହା ଙ୍କୁ ପୁଅ ଭାବରେ ରଖିଥିଲେ l ବର୍ଷା ସିଂ ବରିହା ଭୋଟ ଭିକ୍ଷା ପାଇଁ ଆସିଥିବା ବେଳେ ନିଜର ନାତୁଣୀ ଙ୍କୁ ପାଇ ଗାଁ ସାରା ଖୁସି ରେ କୁଣ୍ଡାଇ ଆଶୀର୍ବାଦ କରିଥିଲେ l ଏଥିସହ ଗାଁ ର ସବୁ ଭୋଟ ନାତୁଣୀ ପକ୍ଷ କୁ ଯିବ କହିଥିଲେ l ବାସ୍ତବ ରେ ତାହା ହିଁ ହୋଇଛି l
Sign in
Sign in
Recover your password.
A password will be e-mailed to you.