ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତର୍ଜାତିକ ଭଲୁଣ୍ଟେର୍ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରଳାଖେମୁଣ୍ଡି ସହର ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆ ଠାରେ ଅନ୍ତର୍ଜାତିକ ଭଲୁଣ୍ଟେର୍ ଦିବସ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳପଡିଆ ଠାରେ କିଛି ଗଛ ଲଗାଯାଇଥିଲା ଏବଂ ଛାତ୍ର ମାନଙ୍କ ସହ କ୍ରିକେଟ୍ ଖେଳ ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ସ୍ଥାନୀୟ ଯୁବକ ସଂଘର ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ। ଏଥିରେ ପ୍ରାୟ ୬୦ରୁ ଉର୍ଦ୍ଧ ଯୁବ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ଦ୍ଦେଶ କ୍ରମେ ହୋଇଥିବା ବେଳେ ଏନ୍ ୱାଇ କେ ର ସ୍ବେଚ୍ଛାସେବୀ ଏ.ମହେଶ୍ୱର ରାଓ ଏବଂ ବି.ଭବାନୀ ପ୍ରସାଦ ପ୍ରମୁଖ କାର୍ଯ୍ୟକ୍ରମ ସୁଚାର ରୂପେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.