ଭୁବନେଶ୍ବରରେ ଅନୁଷ୍ଠିତ “ମେକ ଇନ ଓଡିଶା କନକ୍ଲେଭ୍”-୨୦୨୨ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ମା ସନ୍ତୋଷୀ ଶକ୍ତି ଦଳ ପୁରସ୍କୃତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା, ଗୁମ୍ମା ବ୍ଲକ ସ୍ଥିତ ମା ସନ୍ତୋଷୀ ଶକ୍ତି ଦଳ ଭୁବନେଶ୍ବରରେ ଅନୁଷ୍ଠିତ “ମେକ ଇନ ଓଡିଶା କନକ୍ଲେଭ୍ ”-୨୦୨୨ ସର୍ବୋତ୍ତମ ସ୍ଵୟଂ ସହାୟକ ଗୋଷ୍ଠୀ ଭାବରେ ମାନନୀୟା ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ , ମିଶନ ଶକ୍ତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
ମା ସନ୍ତୋଷୀ ଶକ୍ତି ଦଳକୁ ଟୁଇଟର ଓ ଫେସବୁକ ମାଧ୍ୟମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ପ୍ରେରଣ କରିଛନ୍ତି।
ପୁରସ୍କାର ଉତ୍ସବରେ ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶ୍ରୀମତୀ ସସ୍ମିତା ଦଳେଇଙ୍କ ସମେତ ବବିତା ପାଇକ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ପୁରସ୍କାର ସ୍ୱରୂପ ସ୍ମାରକ ଓ ମାନପତ୍ର ଲାଭ କରିଛନ୍ତି।
୨୦୦୧ ରେ ଆରମ୍ଭ ହୋଇଥିବା ଏହି ସ୍ଵୟଂ ସହାୟକ ଗୋଷ୍ଠୀ ଇଟା ପ୍ରସ୍ତୁତ ସମେତ ଜଙ୍ଗଲ ଜାତ ଦ୍ରବ୍ୟ ତଥା କାଜୁ, ଝାଡୁ, ହଳଦୀ, ତେନ୍ତୁଳୀ, ଆଦି ସଂଗ୍ରହ କରି ବିକ୍ରୟ କରୁଥିଲେ । କଦଳୀ ଚାଷ ମଧ୍ୟ କରୁଥିଲେ। କୋଭିଡ୍-୧୯ ରେ ଲୋକଙ୍କୁ ମାଗଣା ରେ ମାସ୍କ ସିଲେଇ କରି ବଣ୍ଟନ କରିଥିଲେ। ତାହାସହ ରୋଷେଇ କରି ଭୋଜନ ମଧ୍ୟ ଯୋଗାଇଥିଲେ।
ଏହା ପରେ ଛତୁ ଚାଷ କରି ନିଜ ଗୋଷ୍ଠୀର ଉନ୍ନତି ନିମନ୍ତେ ଏହି ସ୍ଵୟଂ ସହାୟକ ଗୋଷ୍ଠୀ ନିଜର ଆଗ୍ରହ ଦେଖାଇବା ସହ ଭଲ ବ୍ୟବସାୟ ମଧ୍ୟ କରୁଥିଲେ।
ନୂତନ କରି ମିଶନ ଶକ୍ତି ବିଭାଗ ହେବା ପରେ ୨୦୧୯ ରୁ ଶକ୍ତି ବିଭାଗ ସହ ସମନିତ୍ଵରେ ଏହି ସ୍ଵୟଂ ସହାୟକ ଗୋଷ୍ଠୀ ଇଲେକ୍ଟ୍ରି ବିଲ କଲେକ୍ସନ ଆରମ୍ଭ କରିଥିଲେ । ଗୁମ୍ମା ଗ୍ରାମ ପଞ୍ଚାୟତରର ଥିବା ସବୁ ଗ୍ରାମକୁ ଗ୍ରାମ ବୁଲି ଗୋଷ୍ଠୀର ସବୁ ସଭ୍ୟ ମାନେ ଏହି ବିଲ କଲେକ୍ସନ କାମ କରୁଛନ୍ତି।
ଏହା ପରେ ସ୍କୁଲ ପୋଷାକ ସିଲେଇ କରି ଗୁମ୍ମା ବ୍ଲକର ତିନୋଟି ଗ୍ରାମ ପଞ୍ଚାୟତ ଯଥା ଗୁମ୍ମା , ତରଭା ଓ ବଡକଳାକୋଟ ର ୧୭ ରୁ ୨୧ ଗୋଟି ସ୍କୁଲରେ ଶିଶୁ ମାନଙ୍କୁ ସ୍କୁଲ ପୋଷାକ ଯୋଗେଇଥିଲେ। ଏଥିସହ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମଧ୍ୟ ଶିଶୁ ମାନଙ୍କୁ ଅଙ୍ଗନବାଡି ସ୍କୁଲ ପୋଷାକ ଯୋଗାଇଥିଲେ।
ଏହା ସହ ବ୍ଲକରେ ଏକ ମିଶନ ଶକ୍ତି କାଫେ ବା canteen ୨୦୨୨ ମସିହା ରୁ ଖୋଲି ଲୋକଙ୍କୁ ଶାକାହାରୀ ଓ ମାଂସାହାରୀ ଭୋଜନ ଅଳ୍ପ ଦାମରେ ବିକ୍ରି କରୁଛନ୍ତି। ଏହା ସହ ବ୍ଲକରେ ଥିବା ସବୁ ସରକାରୀ ବିଭାଗ ସହ ଯୋଗାଯୋଗ କରି ଭୋଜନ ଯୋଗାଇବା ପାଇ ନିର୍ଦ୍ଦେଶ ମଧ୍ୟ ପାଉଛନ୍ତି । ଏହି ଖାଦ୍ୟ ଖାଇ ସମସ୍ତେ ନିଜର ଖୁସି ମଧ୍ୟ ବ୍ୟକ୍ତ କରୁଛନ୍ତି।

Leave A Reply

Your email address will not be published.