ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୟନ ରଞ୍ଜନ ମଣ୍ଡଳ ଯୋଗଦେଇ ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ।
ଏବିଇଓ ଶ୍ରୀ ମଦନମୋହନ କଅଁର , ଶ୍ରୀ ବାଲାଜୀ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ଗୁମ୍ମା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦ ଗୋଟି ପ୍ରକଳ୍ପ ଏଥିରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୭ ଗୋଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଥିଲା।
ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ବିଚାରକ ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ.ରବି କୁମାର ଓ ଉପଲଡ଼ା ଉଚ୍ଚ ବିଦ୍ୟାଳୟର ବରିଷ୍ଟ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଶିବକଲ୍ୟାଣୀ ଆଚାରୀ ସମସ୍ତ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ।
ବିଭିନ୍ନ ପ୍ରକଳ୍ପରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ମାଗୁଣି ବଡମୁଣ୍ଡି , ମାଲେଶ୍ୱରୀ ପାଇକ , ଏଲିକେଶ ରଇତ , ମାମାଗୋରୀ ରଇତ , ପିଙ୍କି ରଇତ , ବି.ଆରୁଦ୍ର , କୁନି ବେହେରା।
ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଢ଼ୀ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି (CRCC) , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.