ଜି.ପି.ଏସ୍ ସିଷ୍ଟମ ପ୍ରତ୍ୟାହାର ଦାବିକୁ ନେଇ ଖଣି  ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗଣଧାରଣା 

0

ଯାଜପୁର(ବ୍ୟୁରୋ ଚିଫ)/ ଜୟଶଙ୍କର ଦାଶ: ଆଜି ଯାଜପୁର ରୋଡ଼ ରେ ଥିବା ଖଣି ଉପ ନିର୍ଦ୍ଦେଶକ  କାର୍ଯ୍ୟାଳୟ ସମ୍ମୁଖରେ ଜି.ପି.ଏସ୍ ସିଷ୍ଟମ ପ୍ରତ୍ୟାହାର ଦାବିକୁ ନେଇ ଯାଜପୁରର ବିଭିନ୍ନ ଟ୍ରକ ମାଲିକ ସଙ୍ଘ ଶାନ୍ତିପୁର୍ଣ୍ଣ ଗଣଧାରଣା ଦେଇଥିଲେ । ଗତ ୨୦/୧୭ ଆର୍ଥିକ ବର୍ଷପରେ ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ମାଇନ୍ସ ନିଦେ୍ର୍ଧଷକ ଆଦେଶ ଅନୁସାରେ ଖଣିଜ ପରିବହନ ପାଇଁ ଗ୍ଲୋବାଲ ପଜେସନିକ ସିଷ୍ଟମ  ଡ଼ିଭାଇସ୍ ଟ୍ରକ ମାଲିକ ମାନେ ୧୦ହଜାର ଟଙ୍କା ରୁ ଅଧିକ ମୂଲ୍ୟରେ କିଣି ଲଗାଇଥିଲେ । ସରକାରଙ୍କ ଦ୍ୱାରା ସ୍ଥିରକୃତ କେତେକ କମ୍ପାନୀ ଦ୍ୱାରା ଏହା ଲଗାଯାଇଥିଲା । ବଜାରରେ ଏହାର ମୂଲ୍ୟ ଟ୫୦୦୦ ଠାରୁ କମ୍ ଥିବାବେଳେ ଏହି କମ୍ପାନୀ ମାନେ ଟ୧୦୦୦୦ରୁ ଅଧିକ ନେଇ ୨ବର୍ଷ ଗ୍ୟାରେଣ୍ଟି ଦେଇଥିଲେ  । ପ୍ରତ୍ୟକ ବର୍ଷ ଏହାକୁ ନବିକରଣ କରିବାପାଇଁ ଟ୨୫୦୦ଙ୍କା ନେଇଥିଲେ । କିନ୍ତୁ ବିଗତ ୨ମାସ ହେବ ହାରାହାରି ଯାଜପୁର ଜିଲ୍ଲା ମଧ୍ୟରେ ୫୦୦୦ରୁ ଅଧିକ ଗାଡ଼ିରେ ଥିବା ଜି.ପି.ଏସ୍ ଡ଼ିଭାଇସ୍ ଅଚଳହେବାରୁ ଗାଡ଼ି ଗୁଡ଼ିକ ମାଇନ୍ସ ରେ ଲୋଡ଼ ପାଇ ପାରୁ ନାହାନ୍ତି । ଏହାକୁ ନେଇ ଟ୍ରକ ମାଲିକ ସଂଘ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ  ଭ୍ରୁକ୍ଷେପ କରୁନାହାଁନ୍ତି । ଯାହାକୁ ନେଇ ଯାଜପୁର, ଚଣ୍ଡିଖୋଲ,ସୁକିନ୍ଦା ଟ୍ରକ ମାଲିକ ସଂଘ ପକ୍ଷରୁ ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଥିଲା । ଯଦି ଏହାର ଶିଘ୍ର ସମାଧାନ ନକରାଯାଏ ଆଗାମୀ ଦିନରେ ଟ୍ରକ ମାଲିକ ସଂଘ ପକ୍ଷରୁ ସମସ୍ତ ଟ୍ରକ ଚଳାଚଳ ବନ୍ଦ କରିବା ସହିତ ରାସ୍ତାରୋକ କରିବେ ବୋଲି ସଂଘ ସଭାପତି କିଶୋର ରାଉତ, ସେକ୍ରେଟାରୀ ବ୍ରଜ ରାଉତ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଯୁଗ୍ମ ସଂପାଦକ ପବିତ୍ର ମହାନ୍ତି, ଚଣ୍ଡିଖୋଲ ଟ୍ରକ ଆସୋସିଏସନରୁ ସେକ୍ରେଟାରୀ ପୁଷ୍ପରାଜ ନାୟକ, ସୁକିନ୍ଦା ଟ୍ରକ ଆସୋସିଏସନରୁ ସେକ୍ରେଟାରୀ ବିଜୟ ରାଜଙ୍କ ସମେତ ଶତାଦ୍ଧିକ ଟ୍ରକ ମାଲିକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.