ଜାତୀୟ ପୁଷ୍ଟି ସପ୍ତାହ ପାଳିତ ।

0

ପଦ୍ମପୁର/ନୀଳ ଦୀପ -ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ଏବଂ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପଦ୍ମପୁରଙ୍କ ମିଳିତ ସହଯୋଗରେ ଜାତୀୟ ପୁଷ୍ଟି ସପ୍ତାହ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୄହରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିବା ସହିତ ତାଙ୍କ ବକ୍ତବ୍ୟରେ ଶିଶୁ ମାଁ ମାନଙ୍କ ପାଇଁ ପୁଷ୍ଟିକର ଏବଂ ସନ୍ତଲିତ ଆହାର ଉପରେ ଗୁରୁତ୍ବାରୋପ କରିବା ସହିତ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗଡ଼ବାଡି କର୍ମୀ ମାନଙ୍କ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଡାକ୍ତର ଡ଼.ତହସିଲ ସାହୁ ଜିଲ୍ଲା ଚିକିତ୍ସାଳୟର ଶିଶୁ ସ୍ବାସ୍ଥ୍ୟ ଡେପୁଟି ମ୍ୟାନେଜର ଶ୍ରୀ ଅଶୋକ ସାହୁ,ଜିଲ୍ଲା ନ୍ୟୁଟ୍ରେସନ ମ୍ୟାନେଜର ବିମଳା ସାହୁ ଏବଂ ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟିସାଧନ କେନ୍ଦ୍ରର କାଉନସିଲର ଏଲିଜା ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ପୁଷ୍ଟିକର,ଭିଟାମିନ ଯୁକ୍ତ ଏବଂ ସନ୍ତଳିତ ଖାଦ୍ୟର ଆବଶ୍ୟକତା ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରି ନିଜ ମତାମତ ଉପସ୍ଥାପନା କରିଥିଲେ ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଆଲୋଚନାରେ ଭାଗନେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ବିଜେପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ କାର୍ଯ୍ୟରତ ଅଙ୍ଗଡ଼ବାଡି କର୍ମୀ ଶାନ୍ତିଳତା ଦାଶ କବିତା ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ ଏହାର ଆବଶ୍ୟକତା ଉପରେ ସମସ୍ତଙ୍କ ସମ୍ମୁଖରେ ଗାନକରିଥିଲେ । ସଭାପ୍ରାରମ୍ଭରେ ପଦ୍ମପୁର ର ଅଙ୍ଗଡ଼ବାଡି କର୍ମୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନଳୀନି ବଳବନ୍ତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜାତୀୟ ପୁଷ୍ଟି ସପ୍ତାହ ପାଳନ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ଶ୍ରୀ ପ୍ରଦୀପ ଭୋଇ,ଯକ୍ଷ୍ମାରୋଗ ସଂଯୋଜକ ଶ୍ରୀ ପ୍ରଭାସ ରଥ,ଏବିଡିଓ ଶ୍ରୀଯୁକ୍ତ ସବିତାଚରଣ ସାହୁ ଙ୍କ ସମେତ ବିଭିନ୍ନ ବ୍ଳକର ସିଡିପିଓ,ସୁପରଭାଇଜର,ଅଙ୍ଗଡ଼ବାଡି କର୍ମ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।ସଭା ଶେଷରେ ପଦ୍ମପୁର ସିଡିପିଓ ସୁନୀତି ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.