ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲାରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ସେମାନଙ୍କର ଶାରିରୀକ ଓ ମାନସିକ ପ୍ରତିଭାର ବିକାଶ ନିମନ୍ତେ ପାରଳାଖେମୁଣ୍ଡିର ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରତିଯୋଗିତା ଉଚ୍ଚଡିଆଁ , ଲମ୍ବଡିଆଁ , ଦୌଡ଼ ପ୍ରତିଯୋଗିତା , କ୍ୟାରମ , ଚେସ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ୍ବ ଶିଶୁ ଅଂଶ ଗ୍ରହଣ କରି ସେମାନଙ୍କର ପାରଦର୍ଶିତା ଦେଖାଇଥିଲେ । ପ୍ରତି ପ୍ରତିଯୋଗିତା ଅଂଶ ଗ୍ରହଣକାରୀ ମଧ୍ୟରୁ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ମନୋନୀତ କରାଯାଇଛି।
ରାଜ୍ୟର ସମସ୍ତ ଜିଲ୍ଲାରେ ଏହିପରି କାର୍ଯ୍ୟକ୍ରମ କରାଯାଇଛି । ଯେଉଁ ଅଂଶ ଗ୍ରହଣକାରୀ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନଙ୍କୁ ରାଜ୍ୟ ସ୍ତର ପ୍ରତିଯୋଗିତାରେ ଭାଗ ନେବେ ଏବଂ ରାଜ୍ୟସ୍ତରରେ ମନୋନୀତ ହେଲେ ଜାତୀୟ ସ୍ତରକୁ ଯିବେ ସେଠାରେ ଏହି ଭଳି ପ୍ରତିଯୋଗିତା ବିଭିନ୍ନ ରାଜ୍ୟରୁ ଆସିଥିବା ଶିଶୁମାନଙ୍କ ମଧ୍ୟରେ ଶେଷ ପ୍ରତିଯୋଗିତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରି ପୁରସ୍କୃତ କରାଯିବ।
ଏହି କାର୍ଯ୍ୟକ୍ରମରେ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଏବଂ ସହକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହ ବୃଦ୍ଧି ନିମନ୍ତେ ବକ୍ତବ୍ୟ ରଖିବା ସହ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ ।
ପ୍ରତୀକ କୁମାର ପାହାଡ଼ ସିଂ , ୟୁ ଜି ଏଚ୍ ଶରଧାପୁର ଖେଳ ଶିକ୍ଷକ ଏବଂ ୟୁ ଜି ଏଚ୍ ଝାମିର ଖେଳ ଶିକ୍ଷକ ରଞ୍ଜିତ ଶବର ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମାନ ତ୍ବରାନ୍ବିତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁକୁ ମନୋନୀତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ ପରିଚାଳନା କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.