ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବେତଗୁଡା ସ୍ଥିତ ସରକାରୀ ପଲିଟେକ୍ନିକ କଲେଜ ପରିସରରେ ”ସଖି’ ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳାହିଂସା ବିରୋଧ ଦିବସ ଅବସରରେ ସଖି କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଗୌରୀଶଙ୍କର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ଶିଶୁମାନଙ୍କର ଅଧିକାର , ବାଲ୍ୟବିବାହ ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା କୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ନାୟକ କେନ୍ଦ୍ରର ଉଦ୍ଦେଶ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଥିଲେ। ତା’ ସଙ୍ଗେ ସଙ୍ଗେ କର୍ମ୍ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା , ପାରିବାରିକ ହିଂସା , ୧୮୧ , ୧୧୨ , ଏସିଡ୍ ଆଟାକ୍ , ସାଇବର ଅପରାଧ ଉପରେ ଆଲୋଚନା କରିଥିଲେ।
ଚାଇଲଡ୍ ଲାଇନ ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ଚାଲାଣ ଉପରେ ଆଲୋଚନା କରିଥିଲେ।
ଟି.ସୁରେଶ ଯୋଗଦେଇ ୧୦୯୮ ଏବଂ ଚାଇଲଡ୍ ଲାଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ।
ଗତ ନଭେମ୍ବର ୨୫ ତାରିଖ ଠାରୁ ଚଳିତ ଡିସେମ୍ବର ୧୦ ତାରିଖ ଯାଏଁ ବିଭିନ୍ନ ସ୍ତରରେ ହିଂସାମୁକ୍ତ ସମାଜ ପାଇଁ ୧୬ ଦିନିଆ ସଚେତନେତା କାର୍ଯ୍ୟକ୍ରମ ଚାଲୁରହିବ।
ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ , ଅଧ୍ୟାପିକାଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
କେନ୍ଦ୍ରର ମୋହିନୀ ପ୍ରଧାନ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ”ସଖି” କେନ୍ଦ୍ରର ମଧୁସ୍ମିତା ପାଢ଼ୀ , ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ସୁନିତା ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.