ଆଠମଲ୍ଲିକ ବନଖଣ୍ଡ ଖେସ୍ର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ

0

45ଦିନ ଭିତରେ ଆଠମଲ୍ଲିକ ଅଂଚଳରେ 3ଟି ହାତୀଙ୍କ ପ୍ରାଣହାନୀ

ଆଠମଲ୍ଲିକ( ସନ୍ତୋଷ ମେହେର) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ ଘୋଡାଗାଡି ଖେସ୍ର ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି I ସୂଚନା ମୁତାବକ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବର ପାଇ, ରେଞ୍ଜର ବନବିଭାଗ ଅଧିକାରୀ ଏସିଅଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ,ବିଶ୍ୱାଳ,DFO ଏସ. ଆନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି I ହାତୀଟି 29 ତାରିଖ ନଭେମ୍ବର କିମ୍ବା 30 ତାରିଖରେ ମାରିଥିବାର ଅନୁମାନ କରାଯାଉଛି I ଦନ୍ତା ହାତୀର ଗୋଟିଏ ଦାନ୍ତ ରହିଥିବା ବେଳେ ଅନ୍ୟ ଏକ ଦନ୍ତା ସ୍ପଷ୍ଟ ଜଣା ପଡୁନଥିବା କାରଣ ଘଟଣାଟି ତଦନ୍ତରେ ନୂଆମୋଡ଼ ନେବାକୁ ବସିଛି I ତେବେ ହାତୀଟିକୁ କୌଣସି ଶିକାରୀ ଗୁଳିକରିଥିବାରୁ ସନ୍ଦେହ ହେଉଛି I ପୋଷ୍ଟ ମଟମ ପରେ ଅଧିକ ତଥ୍ୟ ମିଳିପାରିବ | 45ଦିନ ଭିତରେ ଆଠମଲ୍ଲିକ ଅଂଚଳରେ 3ଟି ହାତୀଙ୍କ ପ୍ରାଣହାନୀ ଘଟିବ ସ୍ଥାନୀୟ ଅଂଚଳରେ ଅଲୋଡ଼ାନ ସୃଷ୍ଟି କରିଛି I

Leave A Reply

Your email address will not be published.