ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

0 1

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ୟୁଥ ରେଡ଼ କ୍ରସ ଓ ରେଡ଼ ରିବନ କ୍ଳବ ସଂଯୋଜକ ଅଧ୍ୟାପକ ନିରଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ କଲେଜ ପରିସରରେ ଗୁରୁବାର ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବାବାଜୀ ପରିଡା, ରବୀନ୍ଦ୍ର କୁମାର ସାହୁ, ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଏଡସର କାରଣ ଓ ଏହାର ନିରାକରଣ ସଂପର୍କରେ ବୁଝାଇବା ସହିତ ସଂଯମତା, ସଚେତନତା ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ଦ୍ବାରା ଆମେ ଏଡସକୁ ଜୟ କରିପାରିବା ବୋଲି କହିଥିଲେ। ବିଶେଷ କରି ୟୁଥମାସ ସଚେତନ ଦ୍ବାରା ବହୁଳ ମାତ୍ରାରେ ସଫଳତା ହାସଲ ହୋଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ଦର୍ଶାଇଥିଲେ । ସାମ୍ବାଦିକ ସଂଘ ସଭାପତି ଏଡସ ରୋଗର ଚିହ୍ନଟ ପ୍ରଥମେ ଓଡ଼ଗାଁରୁ ହୋଇଥିବା ଉଲ୍ଲେଖ କରିଥିବା ବେଳେ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଏହି ମହାବିଦ୍ୟାଳୟ ସବୁଠାରୁ ଭଲ ସଚେତନତାର ବାର୍ତ୍ତା ପ୍ରସାର କରିପାରିବ ବୋଲି ମତ ରଖିଥିଲେ । ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ପାଇଁ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟ ଦ୍ବାରା ସାମାଜିକ ଓ ସଚେତନତାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଅର୍ଥନୀତି ପ୍ରାଧ୍ୟାପକ ବାବାଜି ପରିଡାଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ଅଧ୍ୟାପକ ନିରଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୌମ୍ୟଶ୍ରୀ ଓମ ପ୍ରକାଶ ସହଯୋଗ କରିଥିଲେ । ଶେଷରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏଡ୍ସ ସାଙ୍କେତିକ ସିମ୍ବଲର ଏକ ମାନବ ଶୃଙ୍ଖଳ କରି ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ

Leave A Reply

Your email address will not be published.