ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଅଚାନକ ଆରଡ଼ା ଓ ନନ୍ଦିଘୋର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି । ନନ୍ଦିଘୋରଠାରେ ଅମୃତ ସରୋବର ଯୋଜନାରେ ମାଧ୍ୟମରେ ନିର୍ମିତ ବେଢ଼ା ପୋଖରୀ ପରିଦର୍ଶନ କରିବା ସହ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ପାର୍କ, ଖେଳପଡିଆ, କ୍ଷୁଦ୍ର ଜଳସେଚନ କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଆରଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ମନରେଗା ଯୋଜନା ସମେତ କମ୍ପୋଷ୍ଟ ପିଟ, ଅଙ୍ଗନବାଡି କେନ୍ଦ୍ର ଓ ପେଟାପଲ୍ଲୀ ଖେଳପଡିଆ ଓ ଆମ୍ବଚାରା ରୋପଣ ସ୍ଥଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ବିଡ଼ିଓ ସ୍ୱାତିଲେଖା ଦାସ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ଏପିଓ ବିଭୁପ୍ରସାଦ ସାଥୁଆ, ମୃତ୍ତିକା ସଂରକ୍ଷଣ ଯନ୍ତ୍ରୀ ମିହିର ପାତ୍ର,ସରପଞ୍ଚ ସାରଦା ଦୋରା ପ୍ରମୁଖ ଉପସ୍ଥିତ ରହି ସମସ୍ତେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.