ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ଅଭିଯୋଗ

0 2

ଜଗତସିଂହପୁର /ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ହୋଇଥିବା ନେଇ ପରୁଣା ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅବଗତ କରାଯାଇଛି l ସୂଚନା ମୁତାବକ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଂଚାୟତ ର ପରୁଣା ଗ୍ରାମକୁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି l ଆଦର୍ଶ ଗ୍ରାମ କୁ ଉନ୍ନତି କରିବାପାଇଁ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି l ଏହି ଆଦର୍ଶ ଗ୍ରାମର ରାସ୍ତାଘାଟ, ପାନୀୟଜଳ, ଦୂଷିତ ଜଳ ନିଷ୍କାସନ, ବିଦ୍ୟୁତକରଣ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେବାର ଯୋଜନା ରହିଛି l ପରୁଣା ଗ୍ରାମର ରାସ୍ତା ଅଣ ଓସାରିଆ ଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ତହସିଲଦାର ଙ୍କୁ ମାପଚୁପ କରି ସରକାରୀ ଜାଗା ବାହାର କରିବାପାଇଁ ଲିଖିତ ଦାବୀପତ୍ର ଦିଆଯାଇଥିଲା. ହେଲେ ତିର୍ତ୍ତୋଲ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀ ଏକ ପ୍ରକାର ନିରାଶ ହୋଇଥିବା ଜଣାପଡିଛି l ରାସ୍ତା ଓ ଗ୍ରାମରୁ ପୁରୁଣା ବିଦ୍ୟୁତ ଖୁଣ୍ଟ ଉଠାଯାଇ ନୂତନ ଖୁଣ୍ଟ ପକାଇବା ପାଇଁ ତିର୍ତ୍ତୋଲ ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କୁ ଲିଖିତ ଦାବୀ ପତ୍ର ଦିଆଯାଇଥିଲା l ପାନୀୟ ଜଳର ର ଉପଯୁକ୍ତ ସୁବିଧା ପାଇଁ ଜଗତସିଂହପୁର ଗ୍ରାମୀଣ ପାନୀୟ ଜଳ ଯୋଗାଣ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅବଗତ କରାଯାଇଥିଲା l ବଡ଼ ବିଡମ୍ବନାର ବିଷୟ ଜେ ଉପରୋକ୍ତ ଦାବୀପତ୍ରକୁ କୌଣସି ଅଧିକାରୀ କର୍ଣ୍ଣ ପାତ କରୁ ନଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ପଂଚାୟତ ସମିତି ଅଧକ୍ଷ, ତିର୍ତ୍ତୋଲ ବିଡ଼ିଓ, ତିର୍ତ୍ତୋଲ ତହସିଲଦାର, ଜଗତସିଂହପୁର ଦୁର୍ନୀତି ନିବାରଣ ବିଭାଗ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ଙ୍କୁ ଅବଗତ କରାଯାଇଥିବା ଅଭିଯୋଗ ପତ୍ର ରେ ଦର୍ଶାଯାଇଅଛି l ଏବେ ଏହି ଗ୍ରାମରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ କଂକ୍ରିଟ ଢ଼ଳେଇ କାର୍ଯ୍ୟ ହେଉଥିବା ଅଭିଯୋଗ ରେ ଦର୍ଶାଯାଇଛି l ଆଦର୍ଶ ଗ୍ରାମ ର ଯୋଜନାରେ କେଉଁ କେଉଁ ପ୍ରକଳ୍ପ ପାଇଁ କେତେ କେତେ ଟଙ୍କା ବ୍ୟୟବରାଦ ହେଉଛି ଗ୍ରାମବାସୀ ଙ୍କ ଅଗୋଚର ହେଉଥିବା ନେଇ ଅଭିଯୋଗ ଉଠିଛି. ଉନ୍ନୟନ ମୂଳକ କାର୍ଯ୍ୟରେ କୌଣସି ପ୍ରକଳ୍ପ ର ଫଳକ ଲଗାଯାଉନଥିବା ଅଭିଯୋଗ ରେ ଦର୍ଶାଯାଇଛି l ଏହି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁରୂପେ ହେଵପାଇଁ ଗ୍ରାମର ସଂଜୟ ବେହେରା, ଅଭୟ ମଲ୍ଲିକ, ମିହିର ସାହୁ, ପ୍ରଦୀପ୍ତ ଦାଶ, ନାରାୟଣ ମଲ୍ଲିକ, ରାଜେନ୍ଦ୍ର ମିଶ୍ର, ପ୍ରଦୀପ୍ତ ମଲ୍ଲିକ, କୁନା ମଲ୍ଲିକ, ଯଚିନ୍ଦ୍ର ମଲ୍ଲିକ, ପ୍ରଫୁଲ୍ଲ ନାୟକ, ସୁରେନ୍ଦ୍ର ନାଥ ସାହୁ, ବିଶ୍ଵନାଥ ବେହେରା, ପୁରୁଷୋତ୍ତମ ମଲ୍ଲିକ, ପ୍ରସନ ମଲ୍ଲିକଙ୍କ ସମେତ ଗ୍ରାମବାସୀ ଙ୍କ ପକ୍ଷର ଦାବିପତ୍ର ଦିଆଯାଇଛି l

Leave A Reply

Your email address will not be published.