ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ୧୯୮୨ ମସିହା ରେ ମଇତାପୁରରେ ଏକ ମହୋତ୍ସବ ପାଇଁ ଯୋଜନା ବିଫଳ ହେବା ଏବଂ ୧୯୮୫ ପ୍ରକୃତିର କରାଳ ରୂପ ମଧ୍ୟ ପ୍ରତି ବନ୍ଧକ ସାଜି ଥିଲା ୮୭ ରେ ଆଂଶିକ ସଫଳ ହେବା ସହ କ୍ରମଶଃ ଏହାକୁ ସାକାର କରିବା ପାଇଁ ଏ ବର୍ଷ ବହୁ ଆଡମ୍ୱରରେ ଡିସେମ୍ବର ୧୩ ରୁ ୧୭ ବହୁ ଆଗ ଧାଡ଼ିର କଳାକାର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ନେଇ ଏହା ର ପରିକଳ୍ପନା କରାଯାଇଛି ମାଟିର ପୁଅ ଜଣାଶୁଣା ଶିକ୍ଷାବିତ ବିଷ୍ଣୁ ମୋହନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ | ଏ ବିଷୟରେ ଆଜି ସିମୁଳିଆ ଖଇରା ସାମ୍ବାଦିକ ମାନଙ୍କ ସହ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀ ମହାନ୍ତି |
ବିଷ୍ଣୁ ମୋହନ ମହାନ୍ତି, ଜଣେ ଶିକ୍ଷାବିତ୍, ପରୋପକାରୀ, ସମାଜ ସେବୀ, ଏବଂ ଗାଁ କୁ ଭଲ ପାଉଥିବା ସାଧାରଣ ମଣିଷ ଟିଏ। ନିଜ ପ୍ରଚେଷ୍ଟା ରେ ଅନେକ ଶିକ୍ଷାନଷ୍ଠାନ ଗଢି ତୋଳି ସାରା ଓଡିଶା ରେ ଜଣେ ପରିଚିତ ବ୍ୟକ୍ତି ହିସାବ ରେ ବେଶ୍ ଆଦୃତ। ଭୁବନେଶ୍ୱର ରେ ଅନେକ ବେସରକାରୀ ଶିକ୍ଷାନୁଷ୍ଠାନ ଗଢି ବହୁ ମେଧାବୀ ସୃଷ୍ଟି କରିଥିବା ବେଳେ ନିଜ ଗାଁ ମାଟି ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ମଇତାପୁରରେ ରୟାଲ ବିଦ୍ୟା ମନ୍ଦିର ଶିକ୍ଷାନୁଷ୍ଠନ ଗଢି ଉନ୍ନତ ମାନର ଶିକ୍ଷା ଦେଇ ଆସୁଛନ୍ତି। ତାଙ୍କର ଅନନ୍ୟ ସୃଷ୍ଟି ଶିକ୍ଷା କ୍ଷେତ୍ର ରେ ଭୁବନେଶ୍ୱର ରେ ପ୍ରଥମ ଆବାସିକ କଲେଜ ରୟାଲ କଲେଜ୍ ଅଫ ସାଇନ୍ସ, ଏବଂ ନିଜସ୍ଵ ଏଇ ଗାଁରେ ରୟାଲ ହାଇ ସ୍କୁଲ ରୟାଲ ପବ୍ଲିକ ସ୍କୁଲ, ସ୍ଵାସ୍ଥ୍ୟକ୍ଷେତ୍ରରେ ମଇତାପୁର ସ୍ଵାସ୍ଥ୍ୟ କେନ୍ଦ୍ର, ଆଧ୍ୟାତ୍ମିକ କ୍ଷେତ୍ରରେ ମଦନ ମୋହନ ମନ୍ଦିର, ହନୁମାନ ମନ୍ଦିର, ରାଧା କାହ୍ନୁ ମନ୍ଦିର, ସଂସ୍କୃତି କ୍ଷେତ୍ର ରେ ଗ୍ରାମାଂଚଳ ମ୍ୟୁଜିୟମରୁ ଆଂଶିକ ବିକାଶ ପାଇଁ ପ୍ରଯତ୍ନ, ଦୂର୍ଗା ପୂଜା, ରାଧା କାହ୍ନୁ ମିଳନ , ପଲ୍ଲୀ ପ୍ରଗତି କୃଷକ ସଂଘ, ଅର୍କୃର ମାର୍ଗ ନିର୍ମାଣ ପ୍ରଭୂତ ଅନେକ କାର୍ଯ୍ୟ ସମ୍ପାଦିତ କରି ଆସୁଛନ୍ତି।
ରାଧାକାହ୍ନୁ ମନ୍ଦିର ପାଇଁ ନଅ ଗୋଟି ଗୀତ ବଛା ବଛା କଳାକାର, ଗୀତିକାର ଙ୍କୁ ନେଇ ଅଭିନୀତ ହେବା ସହ ସତରେ ଶ୍ରୀ ମହାନ୍ତିଙ୍କ ଗାଁ ପ୍ରତି ଭଲ ପାଇବା ଏସବୁ ଦେଖିଲା ପରେ ଜଣେ ସ୍ପଷ୍ଟ ଅନୁମେୟ କରି ପାରିବେ। ଆଜି ଓଡ଼ିଆ ସିଙ୍ଗର ନେହା ନିହାରିକା ଏବଂ ଦୀପ୍ତି ରେଖା ଙ୍କ ସୁଟିଂ ଦେଖିବକୁ ମଇତାପୁର ରେ ପ୍ରବଳ ଭିଡ଼ ଦେଖି ବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.
Next Post