ପୋଲିସର  ବିଭିନ୍ନ ସ୍ଥାନରେ ଚଢାଉ:  ୧୦ଜଣ ଶିଶୁ ଶ୍ରମିକ ଉଦ୍ଧାର 

0

ଯୋଡା(ସମୀର ନନ୍ଦ)  ଯୋଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଆଜି ସକାଳ ୧୦ଟା ବେଳେ ଯୋଡା ବଜାରର ବିଭିନ୍ନ ହୋଟେଲ, ଗ୍ୟାରେଜ, ପାନଦୋକାନ,ଚା ଦୋକାନ ପ୍ରଭୃତି ସ୍ଥାନରେ କାମ କରୁଥିବା ନା ବାଳକ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି । ଯୋଡା ଥାା ସବଇନ୍ସପେକ୍ଟର ମନୋ ରଂଜନ ବିଶି ଓ ରଂଜିତ ପଟ୍ଟନାୟକ ସଦଳବଳେ ଏହି ଚଢାଉ କରିଥିଲେ । ସେହିପରି ବାମେବାରି ଥାନା ଅଂଚଳରେ ଥିବା ବିଭିନ୍ନ ବ୍ୟବସାୟୀକ ସ୍ଥାନରୁ ପୋଲିସ ଚଢାଉ କରି ୬ଜଣ ନାବାଳକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ପରେ ଚାଇଲ୍ଡ ୱେଲଫେୟାର କମିଟିକୁ ହସ୍ତାନ୍ତର କରାଯାଇଥିବା ବାମେବାରି ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଥିଲେ । ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଗ୍ୟାରେଜ ଓ ହୋଟେଲ ମାଲିକ ମାନଙ୍କର ଭିଡ ଉଭୟ ଥାନାରେ ଦେଖିବାକୁ ମିଳିଥିଲା । ଆଇନ ଉଲ୍ଲଘନ କରି ନିଜ ଘରେ ନାବାଳିକା ଏବଂ ନାବାଳକଙ୍କୁ କାମ କରାଉ ଥିବା ବ୍ୟକ୍ତି ବିଶେଷଙ୍କ ଠାରୁ କିପରି ଉଦ୍ଧାର କରାଯିବ ଏଦିଗରେ ପୋଲିସ ଉଦ୍ୟମ ଜାରି ରଖିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

 

Leave A Reply

Your email address will not be published.