ବିଜୁ ଯୁବ ବାହିନୀ ପକ୍ଷରୁ ବୃକ୍ଷରୋପଣ

0

 ବଲାଙ୍ଗିର/ନିରୋଜ ମିଶ୍ର  – ବଲାଙ୍ଗିର ମ୍ୟୁନିସିପାଲଟି ବିଜୁଯୁବ ବାହିନୀ ଅନୁକୁଲ୍ୟରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କରଙ୍କ ସଂଯୋଜନାରେ  ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ଷ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ  ମୁଖ୍ୟ ଅତିଥି, ସମ୍ମନୀତ ଅତିଥି ପୌରାଧ୍ୟକ୍ଷା ସନ୍ତୋସିନି ବେହେରା, ଅନ୍ୟତମ ସମ୍ମାନୀତ ଅତିଥି ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି, ପ୍ରୋଗ୍ରାମ ଅଫିସର ବଂଶିଧର ମେହେର, ଅନ୍ୟତମ ପ୍ରୋଗ୍ରମ ଅଫିସର ଥବିର ସାଏ,ମ୍ୟୁନିସିପାଲିଟି କୋଅଡିନେଟର ସୁଦାମ ସାହୁ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍କେଶ ଯୁବକ ଏବଂ ଛାତ୍ରମାନେ ବୃକ୍ଷରୋପଣ ପ୍ରତି ଆକୃଷ୍ଟ ହେବା  ନିତାନ୍ତ ଦରକାର ବୋଲି କହିଥିଲେ । ଯୁବନେତା ଲୋଟସ ଷଡଙ୍ଗି ଆଗାମି ଦିନରେ ବୃକ୍ଷରୋପଣ ପରିବେଷ ପ୍ରଦୁଷଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଥିବାରୁ  ଆଗାମି ଦିନରେ ଏହାକୁ ଜୋରଦାର କରାଯିବ ବୋଲି କହିଥିଲେ । ପୌରାଧ୍ୟକ୍ଷା ସନ୍ତୋଷିନୀ  ବେହେରା ବୃକ୍ଷରୁପଣର ମହନୀୟତା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁଯୁବ ବାହିନୀର ଶତାଧରକ ସଦସ୍ୟ ଓ ସଦସ୍ୟା ଅଂଶଗ୍ରଷଣ କରି ଷ୍ପୋର୍ଟସ କମ୍ପେ୍ଲକ୍ସ କାନ୍ଥ ଚାରିପଟେ ବିଭିନ୍ନ ପ୍ରକାର ମୁଲ୍ୟବାନ ଗଛ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ମନୀଷ ମିଶ୍ର, ଜଗନ୍ନଥ ମିଶ୍ର, ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ, ଦେବେନ୍ଦ୍ର ପାତ୍ର, ସଞ୍ଜିବ ସାହୁ, ପ୍ରଦୀପ ପାରୁଆ, ଖୁସିରାମ ଦୀପ, ସୁବ୍ରତ ପଟେଲ, କୁନ୍ତି ସିଂ, ଇକୁ ମେହର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍, ମନ ସ୍ୱାଇଁଙ୍କ  ସମେତ ଶତାଧିକ  ସଦସ୍ୟ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.