ଜିଏସଟି ଠକେଇ : ବରଗଡ଼ , ପଦ୍ମପୁର ,ପାଇକମାଲ ରେ ଏକକାଳୀନ ଆଠ ସ୍ଥାନରେ ଚଢ଼ାଉ

0

ବରଗଡ :- ଜି ଏସ ଟି ଠକେଇ ଅଭିଯୋଗ ରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନିବାସୀ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ର ରାଜ୍ୟ କାର୍ଯ କାରିଣୀ ସଦସ୍ୟ , ଗୋବର୍ଦ୍ଧନ ଅଗ୍ରୱାଲ ଙ୍କର ଏସ ଏନ ପେଟ୍ରୋଲ ପମ୍ପ ତାଙ୍କର ଘର ଓ ତାଙ୍କର ନୃସିଂହ ମେଡ଼ିକାଲ ଷ୍ଟୋର , ପଦ୍ମପୁର ର ସୁନିଲ ଅଗ୍ରୱାଲ ଙ୍କର ଜଗଦମ୍ବା କ୍ଲଥ ଷ୍ଟୋର , ବରଗଡ଼ ରେ ଥିବା ସୁନିଲ ଙ୍କର ଘରେ ଓ ପଦ୍ମପୁର ର ବରିଷ୍ଟ ବିଜେପି ନେତା ଓମ ପ୍ରକାଶ ଅଗ୍ରୱାଲ ଙ୍କର ମିନାକ୍ଷୀ ଗହଣା ଦୋକାନରେ ଏକକାଳୀନ ଭାବରେ ଜି ଏସ ଟି ଚଢ଼ାଉ କରାଯାଇଛି ।ସେହିଭଳି ଝାରବନ୍ଧ ର ଗୋବର୍ଦ୍ଧନ ଙ୍କର ପୁତୁରା ବିକାଶ ଅଗ୍ରୱାଲ ଙ୍କର ହାର୍ଡୱେର ଦୋକାନ ରେ ଏକକାଳୀନ ଚଢ଼ାଉ କରାଯାଉଛି । ଟେକ୍ସ ଫାଙ୍କିଥିବା କାରଣ ରୁ ଏହି ସବୁ ରେଡ଼ କରାଯାଇଥିବା ବେଳ ପଦ୍ମପୁର ଜଗଦମ୍ବା କ୍ଲଥ ଷ୍ଟୋର ରେ ଚଢ଼ାଉ ଚାଲିଥିବା ବେଳେ ବିଜେପି ର କାର୍ଯକର୍ତା ମାନେ ଅବରୋଧ ସୃଷ୍ଟି କରି ସରକାରୀ କାର୍ଯରେ ବ୍ୟାଘାତ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ବିଜେପୁର ଉପନିର୍ବାଚନ ସମୟରେ ଓମ ପ୍ରକାଶ ଅଗ୍ରୱାଲ ଙ୍କର ବଡ଼ପୁଅ ଙ୍କର ଗାଡ଼ି ରୁ ପଚାଶ ଲକ୍ଷ ଚାଳିଶ ହଜାର ଟଙ୍କା ଜବତ ଜରାଯାଇଥିବା ଓ ତାଙ୍କୁ ଜେଲ ଯାତ୍ରା ମଧ୍ୟ କରିବାକୁ ପଡିଥିଲା ।

Leave A Reply

Your email address will not be published.