ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଡେପୁଟୀ କଲେକ୍ଟର ନଟବର ଗରଡ଼ା , ନର୍ମଦା ନାୟକ ଯୋଗ ଦେଇଥିଲେ । ଭାରତୀୟ ମୂଳ ସମ୍ବିଧାନ ଓ ବର୍ତ୍ତମାନ ସମ୍ବିଧାନର ସରଞ୍ଚନା , ଗଠନ , କାର୍ଯ୍ୟଶୈଳୀ ନିତିନୀୟମ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ବିଧାନର ପ୍ରସ୍ତାବନାକୁ ନ୍ୟାୟ , ସ୍ୱତନ୍ତ୍ରତା , ସମାନତା , ଭାତୃତ୍ବ , ସାର୍ବଭୌମ ସମାଜବାଦୀ , ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିବା ଏବଂ ଜାତିର ଏକତା ଓ ଅଖଣ୍ଡତକୁ ବଜାୟ ରଖିବା ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି ବୋଲି ଶପଥ ପାଠ କରାଇଥିଲେ।
ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଜୟଦ୍ରଥ ଆଚାର୍ଯ୍ୟ , ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.