୭୫ ତମ ଏନସିସି ଦିବସ ପାଳିତ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ୭୫ତମ ଏନସିସି ଦିବସ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ପରିସରରେ ବିଧିମତେ ପାଳିତ ହୋଇଯାଇଛି । ଏନସିସି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ତତ୍ବାବଧାନରେ ରଘୁନାଥ ବିଦ୍ୟାପୀଠ ଠାରେ ୭୫ ତମ ଏସିସି ଦିବସ ୫୦ ଜଣ କ୍ୟାଡେଟଙ୍କ ଉପସ୍ଥିତିରେ ପାଳିତ ହୋଇଥିଲା । ପ୍ରଥମେ ଏନସିସି ପତାକା ଉତ୍ତୋଳନ କରାଯିବା ସହିତ ଏନସିସି ସଙ୍ଗୀତ ଗାନ କରାଯାଇଥିଲା । କ୍ୟାଡେଟ ମାନେ ମାର୍ଚ୍ଚଫାଷ୍ଟରେ ଆସିଥିବା ବେଳେ ମୁଖ୍ୟ ଅତିଥି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ ଅଭିବାଦନ ଗ୍ରହଣ କରିଥିଲେ । ସମାଜ ପାଇଁ ଏନସିସିର ଗୁରୁତ୍ବ, ଏକତା ଓ ଅନୁଶାସନର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କ୍ୟାଡେଟ ମାନେ ବିଦ୍ୟାଳୟ ପରିସର ସଫେଇ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.